Home General ବେଦାନ୍ତ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବେଦାନ୍ତ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ସିଜିମାଲି : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ରାୟଗଡ଼ା ଜିଲ୍ଳାର ସିଜିମାଲି ଅଞ୍ଚଳରେ ଏକ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ଦୁର୍ଗମ ଅଞ୍ଚଳରେ ବ୍ଲଡ ବ୍ୟାଙ୍କରେ ରକ୍ତ ଉପଲବ୍ଧତା ସହିତ ସ୍ଥାନୀୟ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ କରିଛି ।

ଏହି ଶିବିରଟି ଥୁଆମୂଳ ରାମପୁରର ମେଡିକାଲ ଅଫିସରଙ୍କ ସହିତ ଥୁଆମୂଳ ରାମପୁରର ବିଡିଓ ଶ୍ରୀ ଧୂରୁଭ ଚରଣ ମୁଣ୍ଡୁଳିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏଥିରେ ଭାରତୀୟ ରେଳବାଇ, ଓଡ଼ିଶା ଅଗ୍ନିଶମ ବିଭାଗର ପ୍ରତିନିଧି, ବେଦାନ୍ତ ଆଲୁମିନିୟମର କର୍ମଚାରୀ, ସ୍ଥାନୀୟ ସ୍ୱେଛାସେବୀ ଓ ଗୋଷ୍ଠୀ ମାନେ ଉତ୍ସାହର ସହ ଯୋଗ ଦେଇଥିଲେ । ଏହି ଶିବିରରେ ୩୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା ଓ ତାହାକୁ ଭବାନୀପାଟଣା ବ୍ଲଡ ବ୍ୟାଙ୍କକୁ ଦାନ କରାଯାଇଥିଲା ।

ଦୁର୍ଗମ ଅଞ୍ଚଳରେ ଥିବା ବ୍ଲଡ ବ୍ୟାଙ୍କ ଗୁଡ଼ିକରେ ଜରୁରୀ ପରିସ୍ଥିତି ଲାଗି ପର୍ଯ୍ୟାପ୍ତ ପରିମାଣର ରକ୍ତ ଯୋଗାଣକୁ ଗୁରୁତ୍ୱ ଦେବା ଲାଗି ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ବେଦାନ୍ତ ଆଲୁମିନିୟମ ଏହି ଅଭିଯାନ ଜରିଆରେ ସ୍ୱାସ୍ଥ୍ୟସେବାକୁ ଯଥେଷ୍ଟ ବୃଦ୍ଧି କରୁଛି ଓ ସ୍ଥାନୀୟ ପ୍ରଶାସନକୁ ସମର୍ଥନ ଜାରି ରଖିଛି ।

ଏହି ଶିବିର ସଂକ୍ରାନ୍ତରେ ବିଡିଓ ଶ୍ରୀ ଧୂରୁଭ ଚରଣ ମୁଣ୍ଡୁଳି କହିଛନ୍ତି ଯେ ରକ୍ତ ଦାନ ଏକ ମହତ ଦାନ ଯାହା ଜୀବନ ରକ୍ଷା ଲାଗି ଜରୁରୀ । ଜରୁରୀକାଳୀନ ପରିସ୍ଥିତିରେ ବ୍ଲଡ୍‍ ବ୍ୟାଙ୍କରେ ରକ୍ତ ମହଜୁଦ ରଖିବା ଲାଗି ଏହିପରି ରକ୍ତଦାନ ଶିବିର ଆୟୋଜନ କରିବା ଆବଶ୍ୟକ । ଏଥିପାଇଁ ବେଦାନ୍ତର ପ୍ରୟାସକୁ ମୁଁ ପ୍ରଶଂସା କରୁଛି ।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଗ୍ରାମୀଣ ଭତିଭୂମି, ଗ୍ରାମାଞ୍ଚଳ କ୍ରୀଡ଼ା ଓ ସଂସ୍କୃତିରେ ରଣନୀତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଛି । ଲୋକମାନଙ୍କ ଘର ପାଖରେ କମ୍ପାନୀ ସ୍ୱାସ୍ଥ୍ୟ ସେବା ଯୋଗାଉଛି । କାର୍ଯ୍ୟକ୍ଷେତ୍ର ଓ ଏହା ବାହାରେ କଂପାନି ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବା ସହ ଓଡ଼ିଶାର ସାମାଜିକ ଅର୍ଥନୈତକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ବେଦାନ୍ତ ଆଲୁମିନିୟମ ହେଉଛି ବେଦାନ୍ତ ଲିମିଟେଡ଼ର ଏକ  ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଏବଂ ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ । ଗତବର୍ଷ କମ୍ପାନୀ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ବୃହତ୍‍ ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଣ୍ଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ରାଙ୍କ୍‍ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଣ୍ଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।.