ଭୁବନେଶ୍ଵର : ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀଉଦ୍ୟାନ । କାଚ ଏନକ୍ଲୋଜର ରେ ପାଖରୁ ଦେଖିବେ ବାଘ, ଭାଲୁ ପର୍ଯ୍ୟଟକ । ପ୍ରଥମ ଥର ପାଇଁ ନନ୍ଦନ କାନନ ପ୍ରାଣୀ ଉଦ୍ୟାନରେ ଆରଂଭ ହେଲା ଗ୍ଲାସ୍ ଏନକ୍ଲୋଜର । ନୂଆ ନୂଆ ପ୍ରଜାତିର ଜୀବଜନ୍ତୁଙ୍କୁ ସାମିଲ କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ରହିବ ସମସ୍ତ ବ୍ୟବସ୍ଥା।
୬୬ତମ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ନିଷ୍ପତ୍ତି ନେଇଛି ଜଙ୍ଗଲ ଓ ପରିବେଶ ବିଭାଗ। ଏହି ଅବସରରେ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ୧୨ଟି ନୂଆ ଜନ୍ତୁର ନାମକରଣ କରିଛନ୍ତି ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ।
ନୁଆ ରୂପରେ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ। ପ୍ରଥମ ଥର ପାଇଁ ନନ୍ଦନ କାନନ ପ୍ରାଣୀ ଉଦ୍ୟାନରେ ଆରଂଭ ହେଲା ଗ୍ଲାସ୍ ଏନକ୍ଲୋଜର। ପର୍ଯ୍ୟଟନ ଋତୁରେ ଏହି ନୂଆ ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ପାଖରୁ ଦେଖନ୍ତୁ ଦେଖିବେ ମନ ପସନ୍ଦର ଯିବା ଜନ୍ତୁ। ଗ୍ଲାସ ସାମ୍ନାରେ ପର୍ଯ୍ୟଟକ ଗ୍ଲାସ ସେପଟେ ବାଘ, ଭାଲୁ , ଓଧ ଭଳି ବିଭିନ୍ନ ପଶୁ ପକ୍ଷୀ। ୬୬ତମ ନନ୍ଦନକାନନ ପ୍ରାଣୀଉଦ୍ୟାନ ପ୍ରତିଷ୍ଠା ଦିବସ ଅବସରରେ ଆରମ୍ଭ ହେଲା ଗ୍ଲାସ୍ ଏନକ୍ଲୋଜର।
ପ୍ରତିଷ୍ଠା ଦିବସ ରେ ପ୍ରାକୃତିକ ପରିବେଶ ଆଧାରିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି। ସେଥିମଧ୍ୟରେ ରହିଛି ଉଦ୍ୟାନ କୃଷି ଶାଖା, ଉତ୍ତରପୂର୍ବ ରାଜ୍ୟ ଦୃଶ୍ୟପଟ, କଲରାପତରିଆ ବାଘ ଖୁଆଡ଼, ତୃଣଭୋଜୀ ସଙ୍ଗରୋଧ କକ୍ଷ, ସରୀସୃପ ସଙ୍ଗରୋଧ କକ୍ଷ, ଛୋଟ ବିରାଡିଙ୍କ ଖୁଆଡ଼, ଓଧ ଦେଶୀଭାଲୁ ଓ ଗାଡ଼ ଭାଲୁ ଖୁଆଡ଼, ଶାଳିଆ ପଟ୍ଟନୀ ଓ ଡାଳି ଓଧ ଖୁଆଡ଼ ସହ ଜଳ ଫୁଆରା ଛକ ସୌନ୍ଦର୍ଯ୍ୟକରଣ ଶୁଭ ଉଦଘାଟନ କରାଯାଇଛି। କାଚ ଏନକ୍ଲୋଜର ରେ ପାଖରୁ ଦେଖିବେ ବାଘ, ଭାଲୁ , ଅନ୍ୟ ପଶୁ ଓ ପକ୍ଷୀଙ୍କ ପର୍ଯ୍ୟଟକ । । ଏହି ଅବସରରେ ୧୨ଟି ନୂଆ ଜନ୍ତୁମାନଙ୍କର ନାମକରଣ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଧଳା ବାଘୁଣୀ ରୂପାର ଦୁଇଟି ଛୁଆ ଅରୁଣ, ଅର୍ଜୁନ, ଧଳା ବାଘୁଣୀ ମୌସୁମୀର ମାଈ ଛୁଆ ଅନନ୍ୟା, ବାଘୁଣୀ ଅଙ୍କିତର ଛୁଆ କାହ୍ନା ଭଳି ୧୨ ଜଣଙ୍କ ନାମକରଣ କରାଯାଇଛି।
ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବିଶ୍ୱସ୍ତରୀୟ କରିବାକୁ ଅଣ୍ଟା ଭିଡ଼ିଛି ଜଙ୍ଗଲ ବିଭାଗ। ଏନେଇ ୨୦୨୪-୨୫ ବର୍ଷରେ ସର୍ବାଧିକ ୧୨୦ କୋଟି ଟଙ୍କାର ବଜେଟ ଆଗତ ହୋଇଛି। ଚଳିତବର୍ଷ ନନ୍ଦନକାନନ ପ୍ରାଣୀଉଦ୍ୟାନ ଅନେକ ସଫଳତା ହାସଲ କରିଛି। ନୂଆ ମାଷ୍ଟର ପ୍ଲାନ କାର୍ଯ୍ୟକ୍ଷମ ହୋଇଛି। ୨୯ଟି ନୂଆ ଏନକ୍ଲୋଜର ନିର୍ମାଣ ସହ ଅନେକ ପ୍ରଜାତିର ନୂତନ ପ୍ରାଣୀ ଉଦ୍ୟାନରେ ସ୍ଥାନ ପାଇଛନ୍ତି। ପ୍ରାଣୀଉଦ୍ୟାନରେ ଏବେ ୧୭୭ ପ୍ରଜାତିର ୪୨୦୦ ଜୀବଜନ୍ତୁ ଅଛନ୍ତି। ୨୦୨୪-୨୫ ରେ ନନ୍ଦନକାନନକୁ ୩୯ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ଏଥିସହ ୨୪ କୋଟିର ରାଜସ୍ୱ ଆଦାୟ ହୋଇଛି। ଆସନ୍ତା ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଁ ଲକ୍ଷ୍ୟ ଥିବା ପ୍ରାଣୀଉଦ୍ୟାନ ପକ୍ଷରୁ କୁହାଯାଇଛି।
ପ୍ରତିଷ୍ଠା ଦିବସ ପାଳନ ଅବସରରେ ବର୍ଷର ସର୍ବୋତ୍କୃଷ୍ଟ କର୍ମଚାରୀଙ୍କୁ ସମ୍ବଦ୍ଧିତ କରାଯାଇଛି ।ଶେଷରେ ପ୍ରାଣୀଉଦ୍ୟାନ ପକ୍ଷରୁ ଆରମ୍ଭ ହୋଇଥିବା ପଡ଼କାଷ୍ଟଟ ଟ୍ରେଲର ରିଲିଜ ଓ ୫ ଟି ବହି ଉଦ୍ଘାଟନ କରାଯାଇଛି।

