Home Education ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଦକ୍ଷତା ବିକାଶ ଶିକ୍ଷା

ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଦକ୍ଷତା ବିକାଶ ଶିକ୍ଷା

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରାଯିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱାରୋପ କରିଛି । ଏଥି ନିମନ୍ତେ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ର୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ମିନିଷ୍ଟର କାଉନ୍‌ସିଲ୍‌ର (ଶିକ୍ଷା ଓ ଗବେଷଣା) ଅଷ୍ଟ୍ରେଲିଆ ମି. ମାଥୁ୍ୟ ଜନ୍‌ଷ୍ଟନ, ଡାଇକିନ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଇୟାନ୍‌ ମାର୍ଟିନ୍‌ ଏବଂ ମି. ଡାନିୟେଲ୍‌ ସିମ୍‌ (ଡେପୁଟି କନ୍‌ସୁଲେଟ୍‌ ଜେନେରାଲ୍‌), ଅଷ୍ଟ୍ରେଲିଆନ୍‌ କନ୍‌ସୁଲେଟ୍‌ ଜେନେରାଲ୍‌, କୋଲକାତାଙ୍କ ମିଳିତ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଓ ସୃଜନଶୀଳତାର ବିକାଶ ନିମନ୍ତେ ସହଯୋଗର ନକ୍ସା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟରେ ଉପସ୍ଥାପିତ କରିଥିଲେ ।

ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକର ଉଚ୍ଚଶିକ୍ଷାର ସମ୍ପୂର୍ଣ୍ଣ ଚିତ୍ର ତଥା ବିଶ୍ୱରେ ଗବେଷଣା କ୍ଷେତ୍ରରେ ଉପଲବ୍ଧି କରିଥିବା ପ୍ରସିଦ୍ଧିର ତଥ୍ୟ ଶିକ୍ଷାବିତ୍‌ମାନେ ଅବଗତ ହୋଇଥିଲେ ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ଦକ୍ଷ ହେବା ଜରୁରୀ । ଚାକିରି ନଖୋଜି ଚାକିରି ପ୍ରଦାନକାରୀ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ । ସହଯୋଗଭିତ୍ତିକ ଶିକ୍ଷା ପ୍ରଦାନରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ପରିବର୍ତ୍ତନଶୀଳ ଶିକ୍ଷା ବ୍ୟବସ୍ଥାରେ ସମ୍ବଳ ବନିପାରିବା ସହ ଆନ୍ତର୍ଜାତିକ ସ୍ତରରେ ଗବେଷଣାରେ ପ୍ରସିଦ୍ଧି ଲାଭ କରିପାରିବେ ବୋଲି ସେ ମତପ୍ରକାଶ କରିଥିଲେ ।

ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ବିଶ୍ୱବିଦ୍ୟାଳୟ ଶିକ୍ଷାରେ ରୂପାନ୍ତରୀକରଣ ପ୍ରକିି୍ରୟା ସମ୍ବନ୍ଧରେ ବିଶେଷ ତଥ୍ୟ ଉପସ୍ଥାପିତ କରିଥିଲେ । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା କାଉନ୍‌ସିଲର (ଓଏସ୍‌ଏଚ୍‌ଇସି) ଉପାଧ୍ୟକ୍ଷ ପ୍ର. ଅଶୋକ ଦାସ ଦକ୍ଷତା ବିକାଶ ଓ ଗବେଷଣା କ୍ଷେତ୍ରରେ ସହଯୋଗର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା କରିବା ସହ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ବିଭିନ୍ନ ତଥ୍ୟ ଉପସ୍ଥାପିତ କରିଥିଲେ ।

ଶେଷରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବୀରେନ୍ଦ୍ର କରକରା ଧନ୍ୟବାଦ ଅର୍ପଣ କରିଥିଲେ । ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୁକ୍ତିକାନ୍ତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।