Home General ବିଧାୟକଙ୍କ ଚାପରେ ନଇଁଲେ ନିର୍ମାଣକାରୀ ସଂସ୍ଥା

ବିଧାୟକଙ୍କ ଚାପରେ ନଇଁଲେ ନିର୍ମାଣକାରୀ ସଂସ୍ଥା

ଭୁବନେଶ୍ୱର : ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନଙ୍କ ଚାପ ଆଗରେ ନଇଁଛନ୍ତି ମାହାଙ୍ଗା ଅଞ୍ଚଳରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରୁଥିବା ଦୁଇ ସଂସ୍ଥା ମେଘା ଇଞ୍ଜିୟନିୟରିଂ ଓ ବ୍ଲଷ୍ଟାର । ୨୦୨୩ ମସିହାରୁ ଏହି ଦୁଇ ସଂସ୍ଥା ପ୍ରକଳ୍ପକାର୍ଯ୍ୟ ସାରିବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସାରିନଥିବାରୁ ସମୀକ୍ଷା ବୈଠକରେ ଘୋର ଅସନ୍ତୋଷ ପ୍ରକଳ୍ପ କରିଥିଲେ ବିଧାୟକ ।

ଆଜି ଲୋକସେବାଭବନରେ ମାହାଙ୍ଗା ଅଞ୍ଚଳରେ ପାନୀୟଜଳ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ବିଭାଗ ସଚିବ ଏସ.ଏନ.ଗିରିଶ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଭିନିଲ ଭରଦ୍ୱାଜ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ କଟକ ଆରଡବ୍ଲୁଏସଏସର ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପାନୀୟଜଳ ପ୍ରକଳ୍ପରେ ଅହେତୁକ ବିଳମ୍ବ ନେଇ ବିଧାୟକ ଶ୍ରୀ ପ୍ରଧାନ ଅସନ୍ତୋଷ ପ୍ରକଟ କରିବା ସହିତ କେବେସୁଦ୍ଧା ପ୍ରକଳ୍ପ ସରିବ ବୋଲି ପ୍ରଶ୍ନ କରିଥିଲେ । ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ମଧ୍ୟ କାର୍ଯ୍ୟ ବିଳମ୍ବକୁ ନେଇ କ୍ଷୁବ୍ଧ ହୋଇଥିଲେ । ବିଧାୟକଙ୍କ ନାଲିଆଖି ଦେଖି ମେଘା ଇଞ୍ଜିନିୟରିଂ କର୍ତ୍ତୃପକ୍ଷ ୨୦୨୫ ଫେବୃୟାରୀରେ ମାହାଙ୍ଗାରେ ଅଞ୍ଚଳର ଲୋକଙ୍କୁ ପାନୀୟଜଳ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବ୍ଲୁଷ୍ଟାର କର୍ତ୍ତୃପକ୍ଷ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଦେଇନଥିବାବେଳେ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ସାରି ପାନୀୟଜଳ ନଯୋଗାଇଲେ କାମରୁ ବିଦା ହେବାକୁ ପଡିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ସଫା ସଫା ଶୁଣାଇ ଦେଇଥିଲେ ।