Home Assembly ବିଧାନସଭା ଭଙ୍ଗ ପାଇଁ ବିଜ୍ଞପ୍ତି

ବିଧାନସଭା ଭଙ୍ଗ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର : ବିଧାନସଭା ଭଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକର ନିଷ୍ପତ୍ତିକୁ ରାଜ୍ୟପାଳ ଗ୍ରହଣ କରିଛନ୍ତି । ତଦନୁଯାୟୀ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଆଜି ସଂସଦୀୟ ବ୍ୟାପାର ବିଭାଗ ଜାରି କରିଛି ।

ରାଜ୍ୟପାଳ ରଘୁବର ଦାସ ଉଲ୍ଲେଖ କରିଛନ୍ତି ଯେ ସମ୍ବିଧାନର ୧୭୪ (୨) (ଖ) ଧାରା ଅନୁଯାୟୀ ସେ ୨୦୧୯ ମଇ ୨୫ତାରିଖରେ ଗଢାଯାଇଥିବା ଓଡିଶା ବିଧାନସଭାକୁ ଭଙ୍ଗ କରୁଛନ୍ତି । ତେବେ ନିର୍ବାଚନ କମିଶନ ନୂତନ ଭାବେ ନିର୍ବାଚିତ ବିଧାୟକମାନଙ୍କ ନେଇ ଯେବେ ନୂଆ ବିଧାନସଭା ଗଠନ କରିବେ ସେହି ସମୟରୁ ବର୍ତ୍ତମାନର ବିଧାନସଭା ଭଙ୍ଗ ହେବ ।

ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦସ୍ତଖତରେ ପ୍ରକାଶ ପାଇଛି ।