Home News in Odia ବିଜେପି ରାସ୍ତାରେ ବିଜେଡି

ବିଜେପି ରାସ୍ତାରେ ବିଜେଡି

ଭୁବନେଶ୍ୱର : ବର୍ଦ୍ଧିତ ଦରମାର ପୁନଃ ବିଚାର ପାଇଁ ବିଜେଡି ଏବେ ବିଜେପି ରାସ୍ତା ଯାଇଛି । ବିଜେପି ବିଧାୟକମାନେ ବଢିଥିବା ଦରକାର ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ କରିବାପରେ ଆଜି ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମାନ ଅନୁରୋଧ କରାଯାଇଛି ୧

ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବିଧାୟକ ତଥା ବିରୋଧୀ ଦଳର ଉପମୁଖ୍ୟ ସଚେତକ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ପୂର୍ବରୁ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ଓ ଏହାକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଆଜି ଏହାର ପୁନଃର୍ବିଚାର ପାଇଁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । 

ଶ୍ରୀମତୀ ମଲ୍ଲିକ କହିଥିଲେ, ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି ପାଇଁ  ନିଷ୍ପତ୍ତି ନିଆଯାଇ ଏହା ଡିସେମ୍ୱର ୯ ତାରିଖରେ ସର୍ବସମ୍ମତି କ୍ରମେ ପାସ ହୋଇଥିଲା । ଏହି ବର୍ଦ୍ଧିତ ଦରମା ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ଓ ଏହାକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇ ଥିଲେ । ଏହି ବର୍ଦ୍ଧିତ ଦରମାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ସମ୍ମାନ ଜଣାଇ, ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡି ତରଫରୁ ଏହାକୁ ପୁନଃର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ । 

ଶ୍ରୀ ପ୍ରତାପ ଦେବ କହିଥିଲେ, ଜନସାଧାରଣଙ୍କ ମଧ୍ୟରେ ଦେଖା ଯାଇଥିବା ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହାର ପୁନଃର୍ବିଚାର କରିବେ ଓ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଆମେ ଆଶା କରୁଛୁ ।