ଭୁବନେଶ୍ୱର : ବିଜେପି ଆଜି ତାହାର ଆଉ ଛଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥି ମଧ୍ୟରେ ଜଣେ ହେଲେ ମହିଳା ନାହାନ୍ତି ।
ଘୋଷଣା ହୋଇଥିବା ନାମ ତାଲିକା ମଧ୍ୟରେ ଘଷିପୁରାରୁ ବିଜେପି ଡକ୍ଟର ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ କରିଥିବାବେଳେ ଭୋଗରାଇରୁ ଆଶିଷ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ଭଣ୍ଡାରୀପୋଖରୀରୁ ଦଳ ସୁଧାଂଶୁ ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ବରୀରୁ ଉମେଶ ଚନ୍ଦ୍ର ଜେନା, ବାରବାଟୀ-କଟକରୁ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଗୁନିଆରୁ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ।
ବରୀରୁ ବିଜେପି ଟିକଟ ପାଇଁ ଆଶା ରଖିଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ନିରାଶ ହୋଇଛନ୍ତି । ଶ୍ରୀ ନାୟକ ନିକଟରେ ବିଜେପିରେ ଯୋଗ ଦେଇଥିଲେ । ଘଷିପୁରା ଆସନରୁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହେବାନେଇ ଚାଲିଥିବା ଆଲୋଚନାରେ ମଧ୍ୟ ପୂର୍ଣ୍ଣଛେଦ ପଡିଛି ।
ସେହିଭଳି ଅଳ୍ପଦିନ ତଳେ ବିଜେପିରେ ଯୋଗ ଦେଇଥିବା ଖ୍ୟାତନାମା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଟିକଟ ପାଇବାରେ ସକ୍ଷମ ହୋଇଛନ୍ତି । ଶ୍ରୀ ମହାପାତ୍ର ଜଣେ ଜଣାଶୁଣା ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ।