ଭୁବନେଶ୍ୱର : ବିଜେଡି ଆଜି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୨ଟି ଆସନ ପାଇଁ ପ୍ରାର୍ଥୀ ପ୍ରାର୍ଥୀବଦଳ କରିଛି।
କଣ୍ଟାବାଞ୍ଝି ପାଇଁ ନବୀନ ପଟ୍ଟନାୟକ, ଚିତ୍ରକୋଣ୍ଡା ପାଇଁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁର ପାଇଁ ବର୍ତ୍ତମାନର ବିଧାୟକ ବର୍ଷା ସିଂ ବରିହା, କୁଚିଣ୍ଡା ପାଇଁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ ପାଇଁ ଅରୁନ୍ଧତୀ କୁମାରୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ା ପାଇଁ ଦିଲ୍ଲୀପ କୁମାର ନାୟକ, ସାନଖେମୁଣ୍ଡି ପାଇଁ ଏସ ଗୀତାଞ୍ଜଳୀ ଦେବୀ (ସାନଖେମୁଣ୍ଡି), ଇନ୍ଦିରା ନନ୍ଦ (ଜୟପୁର) ଙ୍କୁ ଦଳ ପ୍ରାର୍ଥୀ କରିଛି।
ନିମାପଡ଼ାରୁ ସମୀର ରଞ୍ଜନ ଦାଶ, ଅନୁଗୁଳରୁ ରଜନୀକାନ୍ତ ସିଂହ, ଚିତ୍ରକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ବାକା ଓ କୁଚିଣ୍ଡାରୁ କିଶୋର ଚନ୍ଦ୍ର ନାୟକଙ୍କୁ ଦଳ ବାଦ୍ ଦେଇଛି।
ରଜନୀକାନ୍ତ ସିଂହଙ୍କ ସ୍ଥାନରେ ଅନୁଗୁଳ ପାଇଁ ତାଙ୍କ ପତ୍ନୀ ସଂଯୁକ୍ତାଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରାଙ୍କୁ କୋରାପୁଟର ଜୟପୁର ବିଧାୟକ ଆସନ ପାଇଁ ଦଳ ପ୍ରାର୍ଥୀ କରିଛି।
ସେହିପରି ବିଜେଡିର ୫ ଜଣ ନୂଆ ନେତାଙ୍କୁ ଦଳୀୟ ଟିକେଟ ମିଳିଛି। ସେମାନେ ହେଲେ ଅରୁନ୍ଧତୀ ଦେବୀ (ଦେବଗଡ଼), ଦିଲ୍ଲୀପ କୁମାର ନାୟକ (ନିମାପଡ଼ା), ରାଜେନ୍ଦ୍ର କୁମାର ଛତ୍ରିଆ (କୁଚିଣ୍ଡା) ଓ ଲକ୍ଷ୍ମୀପ୍ରିୟା ନାୟକ (ଚିତ୍ରକୋଣ୍ଡା)।
ଶ୍ରୀ ପଟ୍ଟନାୟକ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ନନ୍ଦିନୀ ଦେବୀଙ୍କ ଝିଅ ଏସ ଗୀତାଞ୍ଜଳୀ ଦେବୀଙ୍କୁ ପ୍ରାର୍ଥୀ କରିଛନ୍ତି।
ପଞ୍ଚମ ପ୍ରାର୍ଥୀ ତାଲିକାରେ ଛଅ ଜଣ ମହିଳାଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଲକ୍ଷ୍ମୀପ୍ରିୟା ନାୟକ (ଚିତ୍ରକୋଣ୍ଡା), ବର୍ଷା ସିଂହ ବରିହା (ପଦ୍ମପୁର), ଅରୁନ୍ଧତୀ ଦେବୀ (ଦେବଗଡ଼), ସଂଯୁକ୍ତା ସିଂହ (ଅନୁଗୁଳ), ଏସ ଗୀତାଞ୍ଜଳୀ ଦେବୀ (ସାନଖେମୁଣ୍ଡି) ଓ ଡାକ୍ତର ଇନ୍ଦିରା ନନ୍ଦ (ଜୟପୁର) ଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି।
ବିଜେଡି ୨ ଜଣ ବିଧାୟକ ପ୍ରାର୍ଥୀବଦଳ କରିଛି। ସେମାନେ ହେଲେ ରୋହିତ ପୂଜାରୀ (ସମ୍ବଲପୁର) ଓ ପ୍ରସନ୍ନ ଆଚାର୍ଯ୍ୟ (ରେଢାଖୋଲ)। ଶ୍ରୀ ଆଚାର୍ଯ୍ୟ ସମ୍ବଲପୁରରୁ ନାମାଙ୍କନ ନେଇ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ଅସନ୍ତୋଷ ବ୍ୟକ୍ତ କରିଥିବାରୁ ବିଜେଡି ତାଙ୍କୁ ରେଢାଖୋଲରେ ପରିବର୍ତନ କରିଛି।