Home News in Odia ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ୭୨ଟି ବିଧାନସଭା ଓ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ତାଲିକା ଘୋଷଣା କରିଛନ୍ତି।

ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛନ୍ତି ଶ୍ରୀ ପଟ୍ଟନାୟକ ।

ପଶ୍ଚିମ ଓଡ଼ିଶାର ଏହି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଠାରେ ରାଜନୈତିକ ବାତାବରଣ ମଧ୍ୟ ଗରମ ହୋଇଛି। ଏହି ଆସନରେ ଓଡ଼ିଶାର ସବୁଠାରୁ କଡ଼ା ଟକ୍କର ଦେଖିବାକୁ ମିଳିବ।

କଂଗ୍ରେସ ର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ଭୁବନେଶ୍ୱର ସାଂସଦ ଆସନ ପାଇଁ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି। ତେଣୁ ଭୁବନେଶ୍ୱର ସାଂସଦ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

କଳାହାଣ୍ଡି ସାଂସଦ ଆସନ ପାଇଁ ଲମ୍ବୋଧର ନିଆଲ, କେନ୍ଦ୍ରାପଡ଼ାରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସୁନ୍ଦରଗଡ଼ରୁ ହକି ତାରକା ଦିଲୀପ ତିର୍କୀ, ମୟୂରଭଞ୍ଜରୁ ମନ୍ତ୍ରୀ ସୁଦାମ ମାରାଣ୍ଡି, ଆସିକାରୁ ରଞ୍ଜିତା ସାହୁ ଓ କୋରାପୁଟରୁ କୌଶଲ୍ୟା ହିକାକାଙ୍କୁ ପ୍ରାର୍ଥୀ କରାଯାଇଛି।     

ବିଜେଡି ମଧ୍ୟ ୭୨ ଜଣ ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛି।

ବିଷମ କଟକ: ଜଗନ୍ନାଥ ସାରକା

ଗୁଣୁପୁର: ରଘୁନାଥ ଗମାଙ୍ଗୋ

ରାୟଗଡ଼ା: ଅନୁସୟା ମାଝୀ

ବରଗଡ଼: ଦେବେଶ ଆଚାର୍ଯ୍ୟ

ବିଜେପୁର: ରୀତା ସାହୁ

ଅତାବିରା: ସ୍ନେହାଙ୍ଗିନୀ ଚୁରିଆ

ଭଟଲି: ସୁଶାନ୍ତ ସିଂ

ଜଳେଶ୍ୱର: ଅଶ୍ୱିନୀ ପାତ୍ର

ବସ୍ତା: ଶୁଭାସିନୀ ଜେନା

ଭଣ୍ଡାରିପୋଖରୀ-ସଞ୍ଜୀବ କୁମାର ମଲ୍ଲିକ

ଭଦ୍ରକ-ପ୍ରଫୁଲ୍ଲ ସାମଲ

ବାସୁଦେବପୁର-ବିଷ୍ଣୁବ୍ରତ ରାଉତରାୟ

ଧାମନଗର-ଡାକ୍ତର ସଞ୍ଜୟ ଦାସ

ଚାନ୍ଦବାଲି-ବ୍ୟୋମକେଶ ରାୟ

ବିଂଝାରପୁର-ପ୍ରମିଳା ମଲ୍ଲିକ

ଧର୍ମଶାଳା-ପ୍ରଣବ ବଳବନ୍ତରାୟ

ଯାଜପୁର-ସୁଜାତା ସାହୁ

ସୁକିନ୍ଦା-ପ୍ରୀତିରଞ୍ଜନ ଘରାଇ

ଢେଙ୍କାନାଳ-ସୁଧୀର କୁମାର ସାମଲ

କାମାକ୍ଷାନଗର-ପ୍ରଫୁଲ୍ଲ ମଲ୍ଲିକ

ପରଜଙ୍ଗ-ନୃସିଂହ ସାହୁ

ପାଲଲହଡ଼ା-ମୁକେଶ ପାଲ

ଛେଣ୍ଡିପଦା-ସୁଶାନ୍ତ କୁମାର ବେହେରା

ସୋନପୁର-ନିରଞ୍ଜନ ପୂଜାରୀ

ଲୋଇସିଂହା-ନିହାର ବେହେରା

ପାଟଣାଗଡ଼-ସରୋଜ  ମେହେର

ବଲାଙ୍ଗୀର-କଳିକେଶ ସିଂହଦେଓ

ଟିଟିଲାଗଡ଼-ଟୁକୁନି ସାହୁ

ନୂଆପଡ଼ା-ରାଜେନ୍ଦ୍ର ଢୋଲକିଆ

ଉମରକୋଟ—ନବିନା ନାୟକ

ଝରିଗାଁ-ରମେଶ ମାଝୀ

ନବରଙ୍ଗପୁର-କୌଶଲ୍ୟା ପ୍ରଧାନୀ

ଡାବୁଗାଁ-ମନୋହର ରାନ୍ଧାରୀ

ଲାଞ୍ଜିଗଡ଼-ପ୍ରଦୀପ ଦିଶାରୀ

ଜୁନାଗଡ଼-ଦିବ୍ୟ ଶଙ୍କର ମିଶ୍ର

ଧର୍ମଗଡ଼-ପୁଷ୍ପେନ୍ଦ୍ର ସିଂହଦେଓ

ଭବାନୀପାଟଣା-ଲତିକା ନାୟକ

ଜି ଉଦୟଗିରି-ସାଲୁଗା ପ୍ରଧାନ

କଣ୍ଟାମାଳ-ମହିଧର ରଣା

ବୌଦ୍ଧ-ପ୍ରଦୀପ ଅମାତ

ବରମ୍ବା-ଦେବୀ ମିଶ୍ର