ଭୁବନେଶ୍ୱର: ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ଅଜି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।
ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ସମୟରେ ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ ଯେ ସମ୍ବଲପୁରରୁ ବିଜେପି ସାଂସଦ ଥିବା ନୀତେଶ ଗଙ୍ଗଦେବଙ୍କୁ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିନାହିଁ । ଶ୍ରୀ ଗଙ୍ଗଦେବ ଟିକଟ ନପାଇବା ନେଇ ନିରବ ଥିଲେ ମଧ୍ୟ ତାଙ୍କ ପତ୍ନୀ ଆଜି ବିଜେଡିରେ ଯୋଗଦେବା ପରେ ସମ୍ବଲପୁର ରାଜନୀତି ପଟ୍ଟପରିବର୍ତ୍ତନ କରିବ ବୋଲି କୁହାଯାଉଛି ।