Home News in Odia ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶନ

ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶନ

ଭୁବନେଶ୍ୱର : ଓଡ଼ିଶାରେ ସହରାଞ୍ଚଳ ଶାସନକୁ ଅଧିକ କ୍ରିୟାଶିଳ  କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଗୃହ ଏବଂ ନଗର ଉନ୍ନୟନ ବିଭାଗ  ଆଜି ଏହାର ମାସିକ  ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ଅଧ୍ୟକ୍ଷତା କରି, ଗୃହ ଓ ନଗର ଉନ୍ନୟନ ବିଭାଗ  ପ୍ରମୁଖ ସଚିବ ଉଷା ପାଢୀ ସମସ୍ତ ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ସହରୀକରଣ ଏବଂ ସଂସ୍କାର ପାଇଁ ପରାମର୍ଶ ଦେଇଛନ୍ତି ।

ଶ୍ରୀମତୀ ପାଢୀ ସ୍ଥାୟୀ ସହରାଞ୍ଚଳ ବିକାଶକୁ ଆଗେଇ ନେବାରେ ଦକ୍ଷ ସାର୍ବଜନୀନ ସେବା ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ସହରାଞ୍ଚଳ ଲୋକଙ୍କ ପାଇଁ ସୁଲଭ ଗୃହ ନିର୍ମାଣକୁ ତ୍ୱରାନ୍ୱିତ କରିବା ସହିତ  ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସହରୀ ଭିତ୍ତିଭୂମି ଏବଂ ମୌଳିକ ସେବାକୁ ବୃଦ୍ଧି କରିବା, ପୌରସଂସ୍ଥା ଗୁଡ଼ିକର ଆର୍ଥିକ ସ୍ଥାୟୀତ୍ୱକୁ ସୁଦୃଢ଼ କରିବା .ରାସ୍ତା, ଜଳ ଯୋଗାଣ, ପରିମଳ ଏବଂ ସାଧାରଣ ସୁବିଧାରେ ଉନ୍ନତି ଆଣିବା ଦିଗରେ ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି ।

ପୌର  ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସମସ୍ତ ୧୧୫ ଟି ପୌରାଞ୍ଚଳ, ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ଏବଂ ବିକାଶ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରଗତି ସୁନିଶ୍ଚିତ କରିବା ପାଇଁ ସ୍ପଷ୍ଟ ସମୟସୀମା ସହିତ  ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ।

ବୈଠକରେ ଦକ୍ଷତା ବିକାଶ, ଡିଜିଟାଲ୍ ପ୍ରଶାସନ ଏବଂ ଗୋଷ୍ଠି ଭାଗିଦାରୀ ଉପରେ ଧ୍ୟାନ ଦେଇ ସହରାଞ୍ଚଳରେ ପରିବର୍ତ୍ତନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରା ଯାଇଥିଲା। ଓଡ଼ିଶା ସହରାଞ୍ଚଳ ବିକାଶରେ ନୂତନ ମାନଦଣ୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖି, ପୌରସଂସ୍ଥାଗୁଡ଼ିକୁ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପୌର ସେବାରେ ଉନ୍ନତି ପାଇଁ ତଥ୍ୟ-ଚାଳିତ ରଣନୀତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।