Home Culture ବାଲିଯାତ୍ରାର ହିସାବ ମାଗିଲେ ପ୍ରଭାତ

ବାଲିଯାତ୍ରାର ହିସାବ ମାଗିଲେ ପ୍ରଭାତ

କଟକ : ଐତିହାସିକ ବାଲିଯାତ୍ରା ସରିବାର ଦିନକ ପରେ ଏହାର ହିସାବ ମାଗିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ଚଳିତ ବର୍ଷ ବାଲିଯାତ୍ରାର ଆୟ ବ୍ୟୟ କୌଣସି ସଂସ୍ଥା ଦ୍ୱାରା କରିବାକୁ ସେ ଦାବି କରିଛନ୍ତି । କେବଳ ସେତିକି ନୁହେଁ, କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଚଳିତ ବର୍ଷର ବାଲଯାତ୍ରାରେ ଅନେକ ଅଘଟଣ ପରିଲକ୍ଷିତ ହୋଇଛି ବୋଲି ଶ୍ରୀ ତ୍ରିପାଠୀ ଖୋଲାଖୋଲି ଭାବେ କହିଛନ୍ତି ।

କଟକ ଶାନ୍ତି କମିଟିର ମୁଖ୍ୟ ତଥା ବାଙ୍କିର ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଚଳିତ ବର୍ଷ ବାଲିଯାତ୍ରରେ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । କାହାକୁ ମଞ୍ଚରେ ଅତିଥି କରାଯିବ, କାହାକୁ ସମ୍ବର୍ଦ୍ଧିତ କରାଯିବ ସେ ନେଇ ଶାନ୍ତି କମିଟି କିମ୍ବା ଅନ୍ୟ କାହାରି ସହିତ ଆଲୋଚନା ହୋଇନାହିଁ ।

ଏପରିକି ଚଳିତ ବାଲିଯାତ୍ରା ମଞ୍ଚରେ ନଙ୍ଗୁଳି ଚାଚ ଚାଲିଥିଲା ବୋଲି ସେ ଅଭିଯୋଗ କରିବା ସହିତ ଏଭଳି କାର୍ଯ୍ୟକ୍ରମ ପାଇଁ କିଏ ଅନୁମତି ଦେଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି ବାଲିଯାତ୍ରା ମଞ୍ଚରେ ଯେଭଳି ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରି ଗୀତ ବୋଲାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ତ୍ରିପାଠୀ ରୋକଠୋକ ଭାବେ କହିଛନ୍ତି ।

ସେ କହିଛନ୍ତି ଯେ ବାଲିଯାତ୍ରା ହେଉଛି ଓଡିଶା ଓ ଓଡିଆଙ୍କ ଅସ୍ମିତାର ପରିଚୟ । ଏହା ଏବେ ଆର୍ନ୍ତଜାତୀୟ ସ୍ତରରେ ନିଜର ପିରିଚିତି ଜାହିର କରିଛି । ହେଲେ ଏଭଳି ଏବେ ମେଳାକୁ ରାଜନୀତିକରଣ କରିବା ଆଦୌ ଶୋଭନୀୟ ନୁହେଁ । ତେଣୁ ଚଳିତବର୍ଷ ବାଲିଯାତ୍ରାରେ ଯେଉଁ ବିଶୃଙ୍ଖଳା ଓ ଅଶୋଭନୀୟତା ପରିଲକ୍ଷିତ ହୋଇଛି ତାହାର ତଦନ୍ତ ସହିତ ଆୟ ବ୍ୟୟର ଅଡିଟ୍‍ କରିବାକୁ ଶାନ୍ତି କମିଟିର ସଭାପତି ଓ ଜଣେ ରାଜନୈତିକ କର୍ମୀଭାବେ ସେ ଦାବି କରିଛନ୍ତି ।