ଭୁବନେଶ୍ୱର : ଆଜି ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକାରୁ ୨୦ ଲକ୍ଷ ଭୋଟର ବାଦ ପଡିଛି। ରାଜ୍ୟରେ ଚାଲିଥିବା ଏସଆଇଆର ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ ବାଦ ପଡିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର, ଏସ୍ ଗୋପାଳନ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ଦିଆଯାଇଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି। ୨୦ ଲକ୍ଷ ୧୪ ହଜାର ଲୋକଙ୍କ ନାମ ବାଦ ପଡିଥିବା ବେଳେ ଏଠି ମଧ୍ୟରୁ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର ଭୋଟର ରହିଛନ୍ତି ।
ସ୍ଥାନାନ୍ତରିତ ଓ ଅନୁପସ୍ଥିତ ପାଇଁ ୧୦ ଲକ୍ଷ ୭ ହଜାର ଭୋଟର ବାଦ ପଡିଛନ୍ତି। ଭୋଟର ତାଲିକାରେ ଏକାଧିକ ସ୍ଥାନରେ ପଞ୍ଜିକୃତ ରହିଛି। ସେହିଭଳି ୧ ଲକ୍ଷ ୫୮ ହଜାର ଓ ଅନ୍ୟ କାରଣ ପାଇଁ ୧୪ ହଜାର ଭୋଟର ରହିଛନ୍ତି। ରାଜ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି ୨ ହଜାର ୭୭୫ ଜଣ ତୃତୀତ ଲିଙ୍ଗି ଭୋଟର ରହିଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି ଯେ, ପ୍ରାଥମିକତା ଭାବେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦିଆଯାଇଛି। ଏହି ଭୋଟମାନେ ସେମାନଙ୍କ ନାଗରିକତ୍ୱର କୌଣସି ପ୍ରମାଣ ଦେଇପାରିନାହାନ୍ତି କିମ୍ବା ମ୍ୟାପିଂ ସମୟରେ ସେମାନଙ୍କ ନାମ ଆସିପାରିନାହିଁ । ଦେହାନ୍ତ ହୋଇଯାଇଥିବା ଭୋଟରଙ୍କ ନାମ ମଧ୍ୟତାଲିକାରୁ ବାଦ୍ ଦିଆଯାଇଛି । ଯଦି ଭୁଲରେ କାହାର ନାଁ କଟିଥିବ ସେ ଆବେଦନ କରିପାରିବେ।ନାଁ ନଥିଲେ ଫର୍ମ-୬ର ଆନେକ୍ସର-୪ ଅନୁଯାୟୀ ଆବେଦନକରି ହେବ । ସେହିଭଳି ୧୮ ବର୍ଷରୁ ଊର୍ଦ୍ଧ ସମସ୍ତେ ଆବେଦନ କରିବାକୁ ସିଇଓ ଆହ୍ବାନ ଦେଇଛନ୍ତି।

