ଭୁବନେଶ୍ୱର : ଖଦି ଓ ଗ୍ରାମଦ୍ୟୋଗ ବୋର୍ଡର ଭୁବନେଶ୍ୱର ଏବଂ ବ୍ରହ୍ମପୁର ଠାରେ ଥିବା ଜମି ଏବେ ଜବରଦଖଲରେ । ଭୁବନେଶ୍ୱରରେ ପ୍ରାୟ ୩ଏକର ଜମିକୁ ଲୋକେ ମାଡି ବସିଛନ୍ତି ।
ବିଧାୟକ ମୌଷଧି ବାଗ୍ଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡର ଭିମପୁର ମୌଜା ଅର୍ଥାତ୍ ୨୨ ନମ୍ବର ୟୁନିଟ୍ରେ ୬ଏକର ଜମି ରହିଛି । ଏଥିରୁ ପାୟ ୩ଏକର ଜମିକୁ ସାଧାରଣ ଲୋକେ ମାଡି ବସିଛନ୍ତି ।
ସେହିଭଳି ବୋର୍ଡର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଅର୍ନ୍ତଗତ ଖଜା ଗଳିରେ ୦.୦୨୮ ଡିସିମିଲି ଜମି ରହିଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ସାଧାରଣ ଲୋକେ ମାଡି ବସିଛନ୍ତି । ତେବେ ଜବରଦଖଲ ହୋଇଥିବା ଏହିସବୁ ଜମିକୁ ଫେରାଇବାପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରଛନ୍ତି । (ତଥ୍ୟ)