Home News in Odia ବନ୍ୟା ଟୁରିଜିମ ବନ୍ଦ କରି ଲୋକଙ୍କ ସମସ୍ୟା ବୁଝନ୍ତୁ

ବନ୍ୟା ଟୁରିଜିମ ବନ୍ଦ କରି ଲୋକଙ୍କ ସମସ୍ୟା ବୁଝନ୍ତୁ

ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ବିଜେଡି ନେତା ଅରୁଣ ସାହୁ। ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ସେ ସରକାରଙ୍କୁ ଟାର୍ଗେଟ କରିବା ସହ ଲୋକଙ୍କ ସମସ୍ୟା ବୁଝିବାକୁ ଆହ୍ୱାନ ଦେଇଛନ୍ତି। ଅରୁଣ ସାହୁ କହିଛନ୍ତି, ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ବନ୍ୟା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ପନିପରିବା ଚାଷ ମଧ୍ୟ ଉଜୁଡ଼ି ଯାଇଛି। ଫଳରେ ଅନେକ ଲୋକ ଜୀବିକା ହରାଇ ଅସୁବିଧାରେ ପଡ଼ିଛନ୍ତି।

ଏଭଳି ସମୟରେ ସରକାର ବନ୍ୟା ପର୍ଯ୍ୟଟନ ବା ‘ବନ୍ୟା ଟୁରିଜିମ’ କରି ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଅନ୍ତୁ। ଚାଷୀଙ୍କ କ୍ଷତି କିପରି ଭରଣା ହେବ, ସେନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏଥିସହ କୃଷି ଋଣ ଛାଡ଼ କରିବା ସହ ବନ୍ୟା ପ୍ରଭାବିତ ପରିବାରଙ୍କୁ ପର୍ଯ୍ୟାପ୍ତ ସହାୟତା ଦେବାକୁ ଦାବି କରିଛନ୍ତି ଅରୁଣ ସାହୁ।

ବନ୍ୟା ପରେ ବଢ଼ୁଥିବା ଦରଦାମକୁ ନିୟନ୍ତ୍ରଣ କରିବା ସହ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ। ବନ୍ୟାରେ ଚାଷ ନଷ୍ଟ ହୋଇଥିବାରୁ ଲୋକଙ୍କ ପାଖରେ ଏବେ ଜୀବିକାର ବିକଳ୍ପ ନଥିବା ଦର୍ଶାଇ, ତୁରନ୍ତ ସହାୟତା ଓ କ୍ଷତିପୂରଣ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।