Home Administration ବଢିଲା ଇ-କେଓ୍ବାଇସି ଅପଡେଟ୍ ଅବଧି

ବଢିଲା ଇ-କେଓ୍ବାଇସି ଅପଡେଟ୍ ଅବଧି

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ ଇ-କେଓ୍ବାଇସି ଅବଧି ବଢାଇଲେ ସରକାର। ପାଖ ଇପିଏସ କିମ୍ବା ରାସନ ଯୋଗାଣ କେନ୍ଦ୍ରରେ ଇ-କେଓ୍ବାଇସି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପୂର୍ବରୁ ଜାନୁଆରୀ ୧୫ ତାରିଖ ଯାଏ ଏହି ତାରିଖ ଥିଲା ବେଳେ ଆସନ୍ତା ୩୧ ଯାଏଁ ଅବଧି ବୃଦ୍ଧି କରାଯାଇଛି।

ନେଟୱର୍କ ସମସ୍ୟାରୁ ନେଇ ଫିଜିକାଲ ଭେରିଫିକେସନ୍ ନେଇ ବହୁ ସମସ୍ୟା ନେଇ ଆସିଥିଲା ଅଭିଯୋଗ । ଜାନୁଆରୀ ୫ ସୁଦ୍ଧା ଇ-କେଓ୍ବାଇସି ଅପଡେଟ୍‌ ସରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ମନ୍ତ୍ରୀ କହିଥିଲେ ଯେ ଅପଡେଟ ପାଇଁ ଆଉ ୫ରୁ ୭ ଦିନ ସମୟ ଦିଆଯିବ । ଏନେଇ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ପ୍ରତି ପଞ୍ଚାୟତ ସ୍ତରରେ ଇ-କେୱାଇସି ବୃଦ୍ଧି ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ପୋର୍ଟାଲରେ ହିତାଧିକାରୀ ଇ-କେୱାଇସିର ଷ୍ଟାଟସ ପରଖି ପାରିବେ।

ଆହୁରି ୪୮ ଲକ୍ଷ ହିତାଧିକାରୀ ବାକି ଥିବାରୁ ଯୋଗାଣ ବିଭାଗ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ବିଭାଗ ଅତିରିକ୍ତ ସଚିବଙ୍କ ଚିଠି ଲେଖିଛନ୍ତି। ପ୍ରତି ପଞ୍ଚାୟତ ସ୍ତରରେ ଇ-କେୱାଇସି ବୃଦ୍ଧି ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଦୁତିକ ଓ ଛାପା ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ଜୋରଦାର ହେବ କ୍ୟାମ୍ପେନ୍‌। ନିର୍ଦ୍ଦିଷ୍ଟ ପୋର୍ଟାଲରେ ଇ-କେୱାଇସିର ଷ୍ଟାଟସ ପରଖି ପାରିବେ ହିତାଧିକାରୀ। ମୋବାଇଲ ଓ ଆଧାର ନମ୍ବର ଦେଇ ଇ-କେୱାଇସିର ଷ୍ଟାଟସ ପରଖି ପାରିବେ ହିତାଧିକାରୀ। ଜାନୁଆରୀ ୧୫ ସୁଦ୍ଧା ଅନ୍ୟୁନ ୯୦ ପ୍ରତିଶତ ଇ-କେୱାଇସି ଅପଡେଟ୍‌ ଜରୁରୀ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪୧ଟି ଫେୟାର ପ୍ରାଇସ ସପ୍‌ ରହିଛି। ଜାନୁଆରୀ ୩୧ ସୁଦ୍ଧା ୧୦୦ଟି ଏଫ୍‌ପିଏସ୍‌କୁ ଅନଲାଇନରେ ପରିଣତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଫ୍‌ପିଏସ୍‌କୁ ଅନଲାଇନରେ ପରିଣତ କରିବାକୁ ନେଟୱର୍କ ସର୍ଭେ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବାଇପାସ୍‌ କେସ୍‌ରେ ନୋମିନି ପଞ୍ଜୀକରଣ କରି ଆଧାରା ଅପଡେଟ୍‌ କରିବା ସହ କୌଣସି ହିତାଧିକାରୀ ରାସନ ପାଇଁ ଯାଇନପାରିଲେ ନୋମିନିଙ୍କୁ ପଠାଇ ପାରିବେ । ନୋମିନି ରାସନ ସଂଗ୍ରହ କରିବାକୁ ଗଲେ ପ୍ରକୃତ ହିତାଧିକ୍ରୀଙ୍କ ମୋବାଇଲକୁ ଓଟିପି ଯିବ। ସେହି ଓଟିପି ଦେଇ ନୋମିନି ଜଣକ ପ୍ରକୃତ ହିତାଧିକାରୀଙ୍କ ପାଇଁ ରାସନ ଉଠାଇ ପାରିବେ।