Home General ବଢିଲା ଆହାର ସବସିଡ୍‍

ବଢିଲା ଆହାର ସବସିଡ୍‍

ଭୁବନେଶ୍ୱର : ଆହାର ଯୋଜନା ପାଇଁ ଦିଆଯାଉଥିବା ସବସିଡ୍‍ ଅର୍ଥ ବୃଦ୍ଧି ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି । ସରକାର ଏଣିକି ଗୋଟିଏ ଆହାର ମିଲ୍‍ ପାଇଁ ୧୮ ଟଙ୍କା ବଦଳରେ ୨୨ ଟଙ୍କା ପ୍ରଦାନ କରିବେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି ହିତାଧିକାରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ କରିବାପାଇଁ ୫ଟଙ୍କା ମୂଲ୍ୟରେ ସବସିଡ୍‍ଯୁକ୍ତ ଖାଦ୍ୟ ଯୋଗାଣ ପାଇଁ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫୧୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଆହାର ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ପ୍ରତ୍ୟେକ ଭୋଜନର ମୂଲ୍ୟ ୨୩ ଟଙ୍କାରୁ ୨୭ ଟଙ୍କାକୁ ବୃଦ୍ଧି କରାଯାଇଛି । ହିତାଧିକାରୀମାନେ କିନ୍ତୁ ପୂର୍ବଭଳି ୫ ଟଙ୍କା ଦେଇ ଆହାର ଖାଇପାରିବେ । ପ୍ରତି ମିଲ୍‍ ପାଇଁ ସରକାରୀ ସବସିଡ୍‍ ୧୮ ଟଙ୍କାରୁ ୨୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଆହାର କେନ୍ଦ୍ରଗୁଡିକ ଗୁଣାତ୍ମକ ସେବା ଯୋଗାଇବା ଜାରି ରଖିବେ ବୋଲି ସେ କହିଛନ୍ତି ।