Home Health ଫେବ୍ରୁଆରି ସୁଦ୍ଧା ଆୟୁଷ୍ମାନ ଭାରତ

ଫେବ୍ରୁଆରି ସୁଦ୍ଧା ଆୟୁଷ୍ମାନ ଭାରତ

ଭୁବନେଶ୍ୱର: ୨୦୨୫ ଫେବ୍ରୁଆରି ସୁଦ୍ଧା ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ- ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଏକ ସର୍ଭେ କରିଛନ୍ତି ବୋଲି ସେ କହିଛନ୍ତି, ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଫେବ୍ରୁଆରି ଶେଷ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ ହେବ।

ସ୍ୱାସ୍ଥ୍ୟ ବୀମା ଯୋଜନାରୁ କେହି ବଞ୍ଚିତ ହେବେ ନାହିଁ ।  ରାଜ୍ୟରେ ପ୍ରାୟ ସାଢେ ୩ କୋଟି ଲୋକଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ମିଳିବ ବୋଲି ସେ କହିଛନ୍ତି

ଏହାବ୍ୟତୀତ ନୂଆ ବର୍ଷରେ ମେଡିକାଲ କଲେଜ ଓ ନର୍ସିଂ କଲେଜ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆୟୁଷ୍ମାନ ଭାରତ ଯୋଜନା ଏବଂ ରାଜ୍ୟ ପ୍ରାୟୋଜିତ ସ୍ୱାସ୍ଥ୍ୟ ସେବା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ।

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ପରେ ହିତାଧିକାରୀମାନେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୨୭ ହଜାର ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ।

ବିଜେପି ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ରାଜ୍ୟରେ କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ପୂର୍ବ ବିଜେଡି ସରକାର ଏହି ଯୋଜନାକୁ ଅନୁମତି ଦେଇନଥିଲେ। ପୂର୍ବ ସରକାର ନିଜସ୍ୱ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଆରମ୍ଭ କରିଥିଲେ, ଯାହାକୁ ବର୍ତ୍ତମାନ ବିଜେପି ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ନାମରେ ନାମିତ କରିଛନ୍ତି ।