ଭୁବନେଶ୍ୱର : ଶାସକ ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଓଡ଼ିଶା ବିଧାନସଭାର ବାଚସ୍ପତି ର୍ନିବାଚନ ପାଇଁ ପ୍ରାର୍ଥୀ କରିଛି ।
୨୨ ସେପ୍ଟେମ୍ବରରେ ଓଡିଶା ବିଧାନସଭା ବାଚସ୍ପତିଙ୍କ ପାଇଁ ର୍ନିବାଚନ ଅନୁଷ୍ଠିତ ହେବ । ସେ ୨୧ ସେପ୍ଟେମ୍ବରରେ ପ୍ରାର୍ଥୀପତ୍ର ଦାଖଲ କରିବେ ।
ଶ୍ରୀମତୀ ମଲ୍ଲିକ ଯଦି ଜିତନ୍ତି ତେବେ ସେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ । ୧୪୭ ସଦସ୍ୟ ବିଶିଷ୍ଟ ଗୃହରେ ଶାସକ ବିଜେଡିର ୧୧୨ ଟି ଆସନ ରହିଛି ।
ବର୍ତ୍ତମାନ ଶ୍ରୀମତୀ ମଲ୍ଲିକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ଶ୍ରୀମତୀ ମଲ୍ଲିକ ବିଞ୍ଝାରପୁର ବିଧାନସଭା ଆସନରୁ ଓଡିଶା ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ।
୧୯୯୦ ରେ ସେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ବିଧାନସଭାରେ ପ୍ରବେଶ କରିଥିଲେ ।
ପରେ, ସେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ରେ ର୍ନିବାଚନରେ ଜିତିଥିଲେ ।
ଏହାପୂର୍ବରୁ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଶାସକ ବିଜେଡିର ମୁଖ୍ୟ ସଚେତକ ହୋଇଥିଲେ ।