ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ନିଧିର ୧୭ତମ କିସ୍ତି ଜାରି କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଛନ୍ତି। ଏହା ଦ୍ୱାରା ୯ କୋଟି ୩୦ ଲକ୍ଷ କୃଷକ ଉପକୃତ ହେବେ ଏବଂ ସେମାନଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ବିତରଣ କରାଯିବ ।
ଫାଇଲରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘କୃଷକଙ୍କ କଲ୍ୟାଣ ପାଇଁ ଆମର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ତେଣୁ ଦାୟିତ୍ୱ ନେବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ କୃଷକ କଲ୍ୟାଣ ସହ ଜଡିତ ହେବା ଏକ ଉପଯୁକ୍ତ ନିଷ୍ପତ୍ତି । ଆଗାମୀ ଦିନରେ ଆମେ କୃଷକ ଓ କୃଷି କ୍ଷେତ୍ର ପାଇଁ ଆହୁରି ଅଧିକ କାମ କରିବାକୁ ଚାହୁଁଛୁ।’’