Home Education ପ୍ରଥମ ଆଇଇଇଇ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ପ୍ରଥମ ଆଇଇଇଇ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ବିଗ୍ ଡାଟା ଆନାଲିଟିକ୍ସ, ଡିପ୍ ଲର୍ଣ୍ଣିଙ୍ଗ, କ୍ଲାଉଡ୍ ଆଣ୍ଡ ଫଗ୍ କମ୍ପ୍ୟୁଟିଙ୍ଗ୍‌, ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ ଓ ଇଭେଲ୍ୟୁସନାରୀ କମ୍ପ୍ୟୁଟିଙ୍ଗ ଭଳି ବିବିଧ ବିଷୟକୁ ନେଇ ଗତ ଏପ୍ରିଲ୍ ୧୦ ଏବଂ ୧୧ ଦୁଇ ଦିନ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ‘ଇମର୍ଜିଂ ଟ୍ରେଣ୍ଡସ ଇନ୍ ଆଡଭାନ୍ସମେନ୍ସ ଆଣ୍ଡ ଆପ୍ଲିକେସନ୍ସ ଅଫ୍ କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଟେକ୍ନିକ୍ସ’ (ଇଟିଏଏସିଟି ୨୦୨୬) ଆୟୋଜିତ ହୋଇଯାଇଛି ।

ହାଇବ୍ରିଡ୍ ମୁଡ୍‌ରେ ଆୟୋଜିତ ଏହି ସମ୍ମିଳନୀରେ ବିଶ୍ୱସ୍ତରୀୟ ଗବେଷକ, ଶିକ୍ଷାବିତ୍‌, ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଯୋଗ ଦେଇଥିଲେ ।

ନ୍ୟୁରୋଲା ନେଟୱାର୍କ, ଅପ୍ଟିମାଇଜେସନ୍ ଟେକ୍ନିକ୍ସ ଓ ସିକ୍ୟୁରିଟି ଟେକ୍ନୋଲଜି ଭଳି ପ୍ରସଙ୍ଗକୁ ନେଇ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ବିଶେଷଜ୍ଞମାନଙ୍କ ମଧ୍ୟରେ ବିଟ୍ସ ପିଲାନି, ଦୁବାଇ କ୍ୟାମ୍ପସ୍‌ର ପ୍ରଫେସର ଅମିତାଭ ମୁଖାର୍ଜୀ, ଆଇଆଇଟି, ପାଟନାର ପ୍ରଫେସର ସୋମନାଥ ତ୍ରିପାଠୀ, ୟୋନସେଇ ବିଶ୍ୱବିଦ୍ୟାଳୟ, ସାଉଥକୋରିଆର ପ୍ରଫେସର ସୁଙ୍ଗ-ବେ ସୋ ଏବଂ ଏନ୍‌ଆଇଟି, ରାଉରକେଲାର ପ୍ରଫେସର ବିଭୁଦତ ସାହୁ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ ।

ସମ୍ମିଳନୀରେ ମୁଖ୍ୟତଃ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଆଣ୍ଡ ଡାଟା ସାଇନସେସ୍‌, ନ୍ୟୁରାଲ ନେଟୱାର୍କସ ଆଣ୍ଡ ଫଜି ଲଜିକ, ଅପ୍ଟିମାଇଜେସନ୍ ଟେକ୍ନିକ୍ସ, ଆପ୍ଲାଏଡ୍ ମେସିନ୍ ଲର୍ଣ୍ଣିଙ୍ଗ୍‌, ସିକ୍ୟୁରିଟି ଟୁଲ୍ସ ଆଣ୍ଡ ବ୍ଲକ୍‌ଚେନ୍‌, ସର୍ଚ୍ଚ ଇଞ୍ଜିନ୍ ଆଣ୍ଡ ଇନ୍‌ଫର୍ମେସନ୍ ରିଟ୍ରିଭାଲ୍‌, କ୍ଲାଉଡ କମ୍ପ୍ୟୁଟିଙ୍ଗ୍‌, ପାରାଲାଲ୍ କମ୍ପ୍ୟୁଟିଙ୍ଗ, ଫେଡେରେଟେଡ୍ ଲର୍ଣ୍ଣିଙ୍ଗ ଓ ଇନ୍‌ଟେରନେଟ୍ ଅଫ୍ ଥିଙ୍ଗସ ଭଳି ୭ଟି ନିର୍ଦ୍ଦିଷ୍ଟ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ୟୁକେ, ୟୁଏସଏ, ଥାଇଲ୍ୟାଣ୍ଡ, ୟୁଏଇ, ମାଲେସିଆ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ ଏବଂ ଜୋର୍ଡାନ୍ ଭଳି ଦେଶରୁ ପ୍ରାୟ ୨୦୦୦ ଗବେଷଣା ସନ୍ଦର୍ଭ ଏହି ସମ୍ମିଳନୀରେ ସଂଗୃହୀତ ହୋଇଥିଲା ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଏବଂ କମ୍ପ୍ୟୁଟର ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଯୋଗ ଦେଇଥିଲେ ।

ସମ୍ମିଳନୀର ପ୍ରୋଗ୍ରାମ ଚେୟାର ଡକ୍ଟର ରଶ୍ମିତା ଦାଶ ଆଲୋଚନା ଗୁଡ଼ିକୁ ପରିଚାଳନା କରିଥିବା ବେଳେ ତାଙ୍କୁ ଟିପିସି ଚେୟାର ଡକ୍ଟର ରାଜଶ୍ରୀ ଦାଶ ଏବଂ ଅର୍ଗାନାଇଜିଂ ଚେୟାର ଡକ୍ଟର ରଶ୍ମିତା ରାଉତରାୟ ସହଯୋଗ କରିଥିଲେ ।

ଆଇଇଇଇ ଭୁବନେଶ୍ୱର ସେକ୍ସନ୍ ପକ୍ଷରୁ କନ୍‌ଜ୍ୟୁମର ଟେକ୍ନୋଲଜି ସୋସାଇଟି ଚାପ୍‌ଟରର ଚେୟାର ଡକ୍ଟର ନିରଞ୍ଜନ କୁମାର ରାୟ ସମ୍ମିଳନୀରେ ସାମିଲ ହୋଇଥିଲେ ।