Home News in Odia ପ୍ରତାପଙ୍କୁ ମିଳିପାରେ ସାଂଗଠନିକ ଦାୟିତ୍ୱ

ପ୍ରତାପଙ୍କୁ ମିଳିପାରେ ସାଂଗଠନିକ ଦାୟିତ୍ୱ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଅବ୍ୟାହତିପାଇଥିବା ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଖୁବ୍‍ଶୀଘ୍ର ଗରୁତ୍ୱପୂର୍ଣ୍ଣ ସାଂଗଠନକି ପଦବୀ ମିଳିପାରେ । ଏଥିଘେନି ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛିା

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ବିଜେପି ଜାତୀୟ ଓ ରାଜ୍ୟ ସ୍ତରରେ ଦଳୀୟ ସଂଗଠନ କ୍ଷେତ୍ରରେ ମଧ୍ୟ ପନୁ ର୍ବିନ୍ୟାସ କରିବାକୁ ଯାଉଛି । ଯେଉଁ ଦକ୍ଷ ଓ ବିଚକ୍ଷଣ ସଂଗଠକମାନଙ୍କୁ ମନ୍ତ୍ରୀ ପରିଷଦରୁ ବାଦ୍‍ ଦିଆଯାଇଛି ସେମାନଙ୍କ ସେବା ଦଳୀୟ ସଂଗଠନକୁ ମଝବୁତ କରିବାପାଇଁ ଲଗାଯିବ । ଏହି କ୍ରମରେ ଜାତୀୟ ସ୍ତରରୁ ଆରମ୍ଭକରି ବିଭିନ୍ନ ରାଜ୍ୟ ଏମିତିକି ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରରେ ବି କାର୍ଯ୍ୟକର୍ତ୍ତା ଅଦଳ ବଦଳ କରାଯିବାର ସମ୍ଭାବନା ରହିଛି ।

୨୦୨୨ରେ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟ ବିଧାନସଭା ଲାଗି ନିର୍ବାଚନ ହେବ । ଏହାଛଡା ଖୁବ୍‍ଶୀଘ୍ର ଅନେକ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ମଧ୍ୟ ହେବାର ଅଛି । ୨୦୨୪ରେ ଲୋକସଭା ସମେତ ଓଡିଶା ଭଳି କେତେକ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ପୂରିବ । ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ଆଖିଆଗରେ ରଖି ବିଜେପି ଏବେ ଠାରୁ ତାହାର
ପ୍ରସ୍ତୁତିପର୍ବ ଆରମ୍ଭ କରୁଛି ।

ପ୍ରତାପ ଷଡଙ୍ଗୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରୁ କାମ ଆରମ୍ଭ କରିଥେô ଲ ।ଏହାପରେ ବଶି ହ୍ୱ ନ୍ଦି ପରଷିଦ, ବଜରଙ୍ଗଦଳ, ଭଳି ଅନେକ ସଂଗଠନ ସହିତ ତାଙ୍କର ସମ୍ପର୍କ ଥିଲା । ଜଣେ କୁଶଳୀ ସଂଗଠକ ଭାବେ ସେ ଜଣାଶୁଣା । ସେ ବୋଧହୁଏ ଏକମାତ୍ର ବିଧାୟକ ଥିଲେ ଯିଏ ବିଧାନସଭାକୁ ଚାଲି ଚାଲି ଯିବାଆସିବା କରୁଥିଲେ । ଅତି ସରଳ ଜୀବନ ଯାପନ ସହ ସାଧାରଣ ଲୋକ ବିଶେଷକରି ଦଳୀୟ କର୍ମୀଙ୍କ ସହ ଅତି ସହଜରେ ଶ୍ରୀ ଷଡଙ୍ଗୀ ମିଶିପାରନ୍ତି । ଲୋକସେବାକୁ ଜୀବନର ବ୍ରତ କରିନେଇଥିବାରୁ ସେ ବିବାହ ମଧ୍ୟ କରିନାହାନ୍ତି ।

୨୦୧୯ ନିର୍ବାଚନରେ ବାଲେଶ୍ୱରରୁ ସେ ଲୋକସଭାକୁ ନବି ର୍ାଚିତ ହେବାପରେ ଆକଷ୍ମିକ ଭାବେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ଏଯାବତ୍‍ ତାଙ୍କ ବିରୁଦ୍ଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନାହିଁ । ସଂସଦରେ ବି ବିଭିନ୍ନ ପ୍ରସଙ୍ଗରେ ୱଜସ୍ୱିନୀ ଭାଷଣ ଦେଇ ସେ ବିରୋଧି ନେତାମାନଙ୍କ ସମାଲୋଚନାକୁ ମଳିନ କରିଦେଉଥିଲେ । ଆରଏସଏସ ଏବଂ ବିଜେପି ତୁଙ୍ଗ ନେତୃବର୍ଗଙ୍କ ସହ ତାଙ୍କର ସମ୍ପର୍କ ଦୃଷ୍ଟିରୁ ସାଂଗଠନିକ ପୁର୍ନବିନ୍ୟାସରେ ଖୁବ୍‍ଶୀଘ୍ର ଶ୍ରୀ ଷଡଙ୍ଗୀ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇପାରନ୍ତି ବୋଲି ଅନେକ ବିଜେପି ନେତା ଆଶା କରୁଛନ୍ତି ।

ଏଠାରେ ଉଲେଖ୍ଲ ନୀୟ ଯେ ଅତୀତରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରୁ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଅବ୍ୟାହତି ନେବାକୁ ପଡିଥିଲା ଏବଂ ତୁରନ୍ତ ଦଳ ତାଙ୍କୁ ଜାତୀୟ ଉପସଭାପତି କରିଥିଲା । ଏହା ପୂର୍ବରୁ ଡାକ୍ତର ପ୍ରଧାନ ମଧ୍ୟ ରାଜ୍ୟ ବିଜେପିର ସଭାପତି ଥିଲେ । (ତଥ୍ୟ)