ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମ୍ମମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମ୍ମରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ ପ୍ରଦାନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଆର୍ଥିକ ଅନୁଦାନ ପାଇଁ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜଳବାୟୁ ପରିବର୍ତ୍ତନ ପ୍ରଭାବ, ପ୍ରାକୃତିକ ସୂଦର ସୁରକ୍ଷା, ଜୀବିକା ନିର୍ବାହ ଏବଂ ଓଡିଶା ସମେତ ଦେଶର ଜଙ୍ଗଲ ବାସିନ୍ଦା, ଜନଜାତି ଏବଂ ଗରିବ ଲୋକଙ୍କ ନିକଟରେ ବିକାଶ ପହଞ୍ଚିବା ପାଇଁ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି ଶ୍ରୀ ପ୍ରଧାନ କହିଛନ୍ତି ।