ଭୁବନେଶ୍ଵର : ପୂର୍ବତଟ ରେଳବାଇ ବିଭାଗକୁ ବିଭାଜନ ନ କରିବା ବାବିରେ ଆଇଏନ୍ଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀଙ୍କ ନେତୃତ୍ବରେ ମଙ୍ଗଳବାର ଏକ ପ୍ରତିନିଧ ମଣ୍ଡଳୀ ବିକ୍ଷୋଇ ଶୋଭାଯାତ୍ରାରେ ପୂର୍ବତଟ ରେଳବାର ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ଉଦ୍ଦେଶ୍ୟରେ ଜେନେରାଲ ମ୍ୟାନେଜରଙ୍କୁ ସାକ୍ଷାତ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରତିନିଧିମଣ୍ଡଳୀ ଆସିଷ୍ଟାଣ୍ଡ କେନେରାଲ ମ୍ୟାନେଜର ଶ୍ରୀ ଚୌଧୁରୀଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।
ୱାଲଟିୟର ଡିଭିଜନକୁ ଦକ୍ଷିଣ ପୂର୍ବ ରେଳବାଇ ଜୋନ ସହ ମିଶାଇବା ନିଷ୍ପରି ଶ୍ରୀ ଚୌଧୁରୀ ପ୍ରତିବାଦ କରି କହିଥିଲେ ଯେ, ରେଳମନ୍ତ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଛନ୍ତି । କିନ୍ତୁ ସେ ଓଡ଼ିଶାର ସ୍ୱାର୍ଥବିରୋଧୀ ହୋଇଛନ୍ତି । ୱାଲଟିୟର ଡିଭିଜନ ପୂର୍ବତଟ ରେଳବାଇର ମୁକୁଟ ସଦୃଶ। ଓ୍ବାଲଟିୟର ଡିଭିଜନକୁ କାଟିଦେଲା ପରେ ପୂର୍ବତଟ ରେଳବାଳ ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ରାଜସ୍ବ ହରାଇବ । ସୁତରାଂ ରେଳମନ୍ତ୍ରୀ ଓଡ଼ିଶା ସ୍ୱର୍ଥର ପରିପନ୍ଥୀ । କଳାପାହାଡ଼ ଯେପରି ଓଡ଼ିଶାର ପ୍ରାଚୀନ କୀର୍ତିରାଜି ଏବଂ ମନ୍ଦିର ସବୁ ଭାଙ୍ଗି ଦେଇଥୁଲା, ସେହପରି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବତଟ ରେଳବାଇକୁ ଭାଙ୍ଗି ଦେଉଛନ୍ତି ।
ସ୍ମାରକପତ୍ରରେ କୁହାଯାଇଛି ଯେ, ପୂର୍ବତଟ ରେଳ ଜୋନ୍ର ୧୧୦୬ କି.ମି. ରାସ୍ତାରୁ ୪୫୦ କି.ମି ବିଜୟଓ୍ବାଡ଼ା ରେଳ ବିଭାଗ ସହିତ ମିଶ୍ରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଯାହା ନୂତନ ଭାବରେ ଗଠିତ ଆନ୍ଧ୍ରରେ ଥିବା ଦକ୍ଷିଣତଟ ରେଳବାଇ ଅଧୁନରେ ଆସୁଛି । ଏହାଦ୍ୱାରା ପୂର୍ବତଟ ରେଳବାଇ ଏହାର ସବୁଠାରୁ ଅଧିକ ରୋଜଗାରକ୍ଷମ ୪୫୦ କି.ମି. ରାସ୍ତା ହରାଇବ । ଯାହାକି ରାଜ୍ୟକୁ ବିପୁଳ ରାଜସ୍ୱ ଓ ରୋଜଗାର ପ୍ରଦାନ କରିବା ସହ ଉତ୍ତମ ପରିବହନ ବିଶାଖା ପାଟଣା ପର୍ଯ୍ୟନ୍ତ ଯୋଗାଇ ଆସୁଛି । ପୂର୍ବତଟ ରେଳବାଇ ଭାଇଜଗ ଇସ୍ପାତ କାରଖାନା, ବିଶାଖାପାଟଣା ବନ୍ଦର, କନୋର, ଏଚ୍ପିସିଏଲ୍ ଏବଂ ଗଙ୍ଗାଇରମ ବନ୍ଦର ଜଳି ରାଜସ୍ ଅର୍ଜନ କରୁଥିବା ଉସକୁ ମଧ୍ୟ ହରାଇବ ।
ଏହି ସ୍ମାରକପତ୍ରରେ ରେଳମନ୍ତ୍ରୀଙ୍କ ବିଗର ପାଇଁ କେତୋଟି ପ୍ରସ୍ତାବ ରଖାଯାଇଛି । ସେଥିମଧ୍ୟରେ ଓ୍ବାଲଟିୟର ଡିଭିଜନ ମିଶ୍ରଣ ବିନା ଦକ୍ଷିଣତଟ ରେଳ ଜୋନ୍ ଗଠନରେ ଅସୁବିଧା ନାହିଁ । ପୂର୍ବତଟ ରେଳବାଇ ସହିତ ରାଉରକେଲା, ଝାରସୁଗୁଡ଼ା, ଆଇବି, ବ୍ରଜରାଜନଗର, ବାଲେଶ୍ଵରର ମିଶ୍ରଣ । ଯଦି ଭାରତୀୟ ରେଳ ପୂର୍ବତଟ ରେଳପଥରୁ ୪୫୦ କି.ମି ରାସ୍ତା ବିଚ୍ଛିନ୍ନ କରିଦେଉଛନ୍ତି, ତେବେ କ୍ଷତିପୂରଣ ପାଇଁ ରାଉରକେଲା, ଝାରସୁଗୁଡ଼ା ରେଳ ଲାଇନ ଓ ମୟୁରଭଞ୍ଜ, ବାଲେଶ୍ଵର ରେଳ ଲାଇନକୁ ପୂର୍ବତଟ ରେଳଜୋନ୍ ସହିତ ମିଶ୍ରଣ କରନ୍ତୁ । ଭତ୍ତର ଓଡ଼ିଶାରେ ଆଉ ଏକ ଡିଭିଜନ କରାଯାଉ । ଏସ୍ଆର ଏବଂ ଏସରସିଆଗରେ ଭାଗ ଭାଗ ହୋଇଥିବା ସମସ୍ତ ଅଂଶକୁ ଏହି ନୂତନ ଡିଭିଜନରେ ଏକତ୍ର କରନ୍ତୁ ।
ରାଇଘର ଡିଭିଜନରେ ସମସ୍ତ କେଳେ ଲାଇନକୁ ଅନ୍ତର୍ଭୁକ୍ତ ନରାଯାଉ । ବିଶାଖାପାଟଣା ଓ୍ବାଲଟିୟର ରେଳବାଲ ଡିଭିଜନ ବବଳରେ ଗାୟଗଡ଼ାରେ ଏକ ନୂତନ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି । କିନ୍ତୁ ଏହା ଅଧୁନରେ କୌଣସି ବନ୍ଦର, ଇସ୍ପାତ କାରଖାନା ଏବଂ ବଡ଼ ବଡ଼ ଶିଳ୍ପବେଲ୍ଡ ନଥିବାରୁ ଏହି ବିଭାଗ ଏକ ସ୍ଵଚ୍ଛ ରାଜସ୍ୱ ଆୟ ବିଭାଗ ହେବ । ତେଣୁ ସମୁଦାୟ କେଳେ ଲାଇନକୁ ରାୟଗଡ଼ା ବିଭାଗରେ ଅନ୍ତର୍ଭୁକ୍ତ କରାଯିବା ରଚିତ ।
୨୦୧୪ ବଜେଟରେ ଗଞ୍ଜାମ ଜିଲ୍ଲାର ସୀତାପଲ୍ଲୀରେ ସ୍ୱାଗନ କାରଖାନାକୁ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ୨୦୧୪ ରେଳ ବଜେଟରେ କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ଏକ ସ୍ୱାଗନ ମରାମତି କାରଖାନା ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଥିଲା । ରେଳ ମନ୍ତ୍ରଣାଳୟ ଚତୁରତାର ସହ ଅଣ ବିଳଶିତ କଳାହାଣ୍ଡି ଜିଲ୍ଲାଳୀ ଅବହେଳା କରି ବିଶାଖାପାଟଣାର ବଦଳାପୁରୀକୁ ଏହା ସ୍ଥାନାନ୍ତରିତ କରିଛନ୍ତି । ତେଣୁ ଦୟାକରି ନର୍ଲାଠାରେ ଏକ ସ୍ୱାଗନ ମରାମତି କର୍ମଶାଳା ସ୍ଥାପନ କରାଯାଉ ।
ଉତ୍ତର ଓଡ଼ିଶା ଡିଭିଜନ ଗଠନ କରାଯାଉ । ଭାରତୀୟ ରେଳବାର କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରୁ କୋଇଲା ଏବଂ ଖଣିଜ ପଦାର୍ଥ ପ୍ରତ୍ୟେକ ଦିନ ଲୋଡ଼ କରୁଛି । ଏହି ଅଞ୍ଚଳରୁ ପ୍ରଚୁର ରାଜସ୍ୱ ଆଦାୟ ହେଉଛି । ତେଣୁ ଓଡ଼ିଶାକୁ ମଳଗୁତ କରିବା ପାଇଁ ଏକ ଉତ୍ତର ଓଡ଼ିଶା ତିରିଜନ ଗଠନ କରାଯାଇ । ଏହି କାର୍ଯ୍ୟକ୍ରମରେ ଯୁବନେତା ଅମିୟ ପାଣ୍ଡବ, ଯୁବ ଆଇଏନଟିୟୁସିର ସଭାପତି ବିଷ୍ଣୁମୋହନ ରଥ, ସମ୍ପାଦକ ପ୍ରକାଶ ବେହେରା, ପ୍ରକାଶ ମିଶ୍ର, ଗଣେଶ ଦାଶ, ରାହୁଲ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ବୁଳୁ ପତି, ଅମରେଶ ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ପ୍ରସନ୍ନ ନାୟକ, ଦେବରାଜ ମିଶ୍ର, ଆଶିଷ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।