Home News in Odia ପୁଲିସ୍‍ ଆଧୁନିକୀକରଣରେ ବଡ ଅଂଶ କେନ୍ଦ୍ରର

ପୁଲିସ୍‍ ଆଧୁନିକୀକରଣରେ ବଡ ଅଂଶ କେନ୍ଦ୍ରର

ଭୁବନେଶ୍ୱର : ରାଜ୍ୟ ପୁଲିସ୍‍ର ଶକ୍ତି ବୃଦ୍ଧି ପାଇଁ ଯେତିକି ଅର୍ଥ ଯୋଗାଇ ଦିଆଯାଉଛି ତାହାର ଅଧାରୁ ଅଧିକ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଗତ ଆର୍ଥିକ ବର୍ଷରେ ପୁଲିସ୍‍ ବିଭାଗକୁ ବିଭିନ୍ନ ବାବଦରେ ୨୫.୫୫ କୋଟି ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଏଥି ମଧ୍ୟରୁ ୧୫.୩୩ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ।

୨୦୨୪-୨୫ ଆର୍ଥିକ ବର୍ଷରେ ପୁଲିସ୍‍ ବିଭାଗର ସୁରକ୍ଷା ଓ ସାଜ ସରଞ୍ଜାମ ପାଇଁ ସର୍ବାଧିକ ୭କୋଟି ୯୪ଲକ୍ଷ ୨୫ହଜାର ଟଙକା ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ କେନ୍ଦ୍ର ସରକାର ୪କୋଟି ୭୬ଲକ୍ଷ ୫୫ହଜାର ଟଙ୍କା ଯୋଗାଇ ଦେଇଥିବାବେଳେ ଅବଶିଷ୍ଟ ଅର୍ଥ ରାଜ୍ୟ ପାଣ୍ଠିରୁ ପ୍ରଦାନ କରାଯାଇଛି । ସେହଭଳି ବର୍ତ୍ତମାନ ସମୟରେ ସାଇବର ସୁରକ୍ଷା ଉପରେ ଅଧିକ ଜୋର ଦିଆଯାଉଥିବାେଳେ ଗତ ଆର୍ଥକ ବର୍ଷରେ ସାଇବର ପୁଲିସ୍‍ ସାଜ ସରଞ୍ଜାମ ପାଇଁ ୨କୋଟି ୧୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏଥି ମଧ୍ୟରେ ୧କୋଟି ୨୬ଲକ୍ଷ ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ।

ସେହିଭଳି ଯୋଗାଯୋଗ ସାଜ ସରଞ୍ଜାମ ପାଇଁ ଏକ କୋଟି ଟଙ୍କା, ଫୋରେନସିକ୍‍ ସାଜ ସରଞ୍ଜାମ ପାଇଁ ୬୩ଲକ୍ଷ, ଗୁଇନ୍ଦା ସାଜ ସରଞ୍ଜାମ ପାଇଁ ପ୍ରାୟ ୩କୋଟି ୭୦ଲକ୍ଷ, ତାଲିମ ସାଜସରଞ୍ଜାମ ପାଇଁ ୨କୋଟି ୯୦ଲକ୍ଷ, ସ୍ମାର୍ଟ ପୁଲିସ୍‍ ବ୍ୟବସ୍ଥା ପାଇଁ ୩କୋଟି ୫୦ଲକ୍ଷ ଯୋଗାଇ ଦିଆଯାଇଛି । ଏହି ସମସ୍ତ ଅର୍ଥର ବଡ ଅଂଶ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ପୁଲିସ୍‍ ବଳର ଆଧୁନିକୀକରଣ ପାଇଁ ରାଜ୍ୟକୁ ୨୦୦୦-୦୧ ରୁ ୨୦୨୩-୨୪ ମଧ୍ୟରେ ୧୦୪୦.୩୯ କୋଟି ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା କର୍ତ୍ତୃପକ୍ଷ ପ୍ରାୟ ଶତ ପ୍ରତିଶତ ଅର୍ଥ ବ୍ୟୟରେ ସଫଳ ହୋଇଛନ୍ତି । ଏହି ଅର୍ଥରେ ପୁଲିସ୍‍ ବଳ ପାଇଁ ନୂଆ ଯାନ ସହିତ କେତେକ ବୁଲେଟ ପ୍ରୁଫ୍‍ ଯାନ କିଣଯାଇଛି । ଏଥି ସହିତ ଆଧୁନିକରଣ ପାଇଁ ମିଳିଥିବା ଅର୍ଥରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ଯନ୍ତ୍ରପାତି ସହିତ ତାଲିମ ବ୍ୟବସ୍ଥାର ଉନ୍ନତିକରଣ ହୋଇପାରିଛି ।

ସେହିଭଳି ବର୍ତ୍ତମାନ ସମୟରେ ସାଇବର ଅପରାଧର ତଦନ୍ତ ଏକ ଆହ୍ୱାନ ହୋଇଥିବାବେଳେ ଆଧୁନିକୀକରଣ ପାଇଁ ମିଳିଥିବା ଅର୍ଥରେ ଏଥିପାଇଁ ଆବଶ୍ୟକ ସାଜ ସରଞ୍ଜାମ ଖରିଦ କରାଯାଇଛି । ତଦନ୍ତକୁ ସହଜ କରିବାରେ ଉପଯୋଗ ହେଉଥିବା ଫୋରେନସିକ୍‍ ପରୀକ୍ଷାଗାରକୁ ଅତ୍ୟାଧୁନିକ କରିବାକୁ କର୍ତ୍ତୃପକ୍ଷ ଯନ୍ତ୍ରପାତି କରିଥିବାବେଳେ ଟ୍ରାଫିକ ପୁଲିସ୍‍ ପାଇଁ ରାତିରେ ଦଶ୍ୟମାନ ହେଉଥିବା ଡିଭାିସ୍‍, ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‍ ଏବଂ ସିସିଟିଭି ଖରିଦ କରାଯାଇଛି । ଏହାବାଦ୍‍ ଆଧୁନିକୀକରଣ ଅର୍ଥରେ ଦପ୍ତର ଓ ଆବାସିକ ଗୃହ ନିର୍ମାଣ ହୋଇଛିା (ତଥ୍ୟ)