ଭୁବନେଶ୍ଵର : ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । ପିଲାମାନଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକର ପରିବେଷଣ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଧରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା ।
ଏହି ଗୀତଗୁଡିକ ମଧ୍ୟରେ ଥିଲା ଭସା ମେଘ ମୁଜେ…,ଫୁଲେଈ ରାଣୀ ସଜ ଫୁଲ….,ମାୟାବିନୀ ବନ ଯୋତ୍ସ୍ନା…, ଏ ଏ ଏ ଆଲୋ ଆଲୋ ମଣି …, ନିଦ ଏକ ଫୁଲ ବନ …, ସାବି ସାବି ତୁ ତ…, ଝୁମୀ ଝୁମୀ ଆସେ ରାତି…, ଦରିଆ କୂଳେ ବସି ଦରିଆ ସେପାରିରୁ…, ଫୁର କିନା ଉଡିଗଲା ବଣି…., ପୁଣ୍ୟର ନଦୀ ତୀରେ…ଶିକାରୀ ଶିକାରୀ…ହେ ଫଗୁଣ ତୁମେ …,ଇତ୍ୟାଦି । କଣ୍ଠଶିଳ୍ପୀ ମାନେ ଥିଲେଶାଶ୍ଵତୀ ନାରାୟଣୀ,ଦିବ୍ୟେନ୍ଦୁ, ସିଦ୍ଧିସ୍ନା, ଦୀଶ୍ନା ଦିବ୍ଯାଂଶୀ, ଦେବ୍ନାଶୁ, ଆରାଧ୍ୟା, ପ୍ରତ୍ୟୁଷ, ସାଇଶ୍ରୀ, ଅଂଶିକା, ଅନ୍ବେଶା ଓ ଶ୍ରୀହାଂସିଶ। ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ, ଭୁବନେଶ୍ଵର ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା। ବାଦ୍ୟଜନ୍ତ୍ରରେ ସହଯୋଗ କରିଥିଲେ ଶ୍ରୀ ଶରତ କୁମାର ପାଣି, ଶିବ ନାରାୟଣ ମହାନ୍ତି, କିଶୋର କୁମାର ନାୟକ ଓ ରାକେଶ କୁମାର ଜେନା। ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଆଜି ପୁରସ୍କୃତ କରଯାଇଥିଲା ।
ମୁଖ୍ୟ ଅତିଥି ଭାବେ ବରିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ରପିକକ୍ ର ଏହି ଉଦ୍ୟମ କୁ ପ୍ରଶଂସା କରି ଏହି କାର୍ଯ୍ୟକ୍ରମ ରେ ପୁନଃର୍ବାର ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀଯୁକ୍ତଲକ୍ଷ୍ମୀକାନ୍ତ ପାଳିତ,ଶ୍ରୀମତୀ ବନ୍ଦିତା ଦାସ,ପ୍ରମୁଖ ଯୋଗଦେଇ ସ୍ଵର୍ଗତ ମହାନ୍ତିଙ୍କର ସ୍ମୃତି ଚାରଣ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟରେଟାଇମସ୍ ଅଫ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପ୍ରଧାନ,ରୋଟାରିଆନ ଓ ହର୍ବାଜ ହର୍ବାଲର ସଭାପତି ଓ ସିଇଓ ଦିବ୍ୟରଞ୍ଜନ ଦାଶ,ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ଦାଶ, ରୂପକ ମହାପାତ୍ର , ଡିପିଏମ, ଏନଆରଏଚଏମ ପ୍ରମୁଖ ଯୋଗଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେପିକକ୍ ର ଅଧ୍ୟକ୍ଷା ଡଃ ମୀନାକ୍ଷୀ ପଣ୍ଡା, ସମ୍ପାଦକ ରଞ୍ଜନ ମହାନ୍ତି,କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତିପ୍ରମୁଖ ବକ୍ତବ୍ୟ ରଖିଥିଲେ । ପିକକ୍ ର ରତ୍ନା ଦାଶ, ଅଳ୍ପନା ଦାସ,ପାଣୁ ବେହେରା,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ .ଆରୁଶି ଅଦ୍ଵିକା ଓ ହର୍ଶାଳି ଡୋରା।