ଭୁବନେଶ୍ବର : ଚଳିତ ବର୍ଷ ୩୪ ତମ ଶିଶୁ ମେଳା ନଭେମ୍ବର ୧୪ ରୁ ୨୦ ତାରିଖ ସନ୍ଧ୍ୟାରେ ସପ୍ତାହ ବ୍ୟାପୀ ଭୁବନେଶ୍ବର ଏକାମ୍ର ହାଟର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ । ରାଜ୍ଯର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ୱାରା ୧୯୯୦ ମସିହାରୁ ଶିଶୁ ଅଧିକାର ସପ୍ତାହରେ ସପ୍ତାହବ୍ୟାପୀ “ଶିଶୁମେଳା” ଅନୁଷ୍ଠିତ ହୋଇ ଆସୁଛି I ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଶିଶୁ ମେଳା ପୂର୍ବରୁ ଓ ଶିଶୁ ମେଳାର ବିଭିନ୍ନ ସନ୍ଧ୍ୟା ରେ ଅନୁଷ୍ଠିତ ହେବ I କେବଳ ବକ୍ତୃତା ପ୍ରତିଯୋଗୀତାକୁ ଡିଜିଟାଲ ମଂଚରେ ଆୟୋଜନ କରାଯିବ । ଏହାର ସମ୍ପୂର୍ଣ ବିବରଣୀ www.pecuc.org ଓ ଫେସ୍ବୁକ ପେଜ୍ “@PECUC” ରେ ଉପଲବ୍ଧ I
ଶିଶୁମେଳା ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ନଭେମ୍ବର ୧୨ ତାରିଖ ଦିନ ଏକାମ୍ର ହାଟଠାରେ ସକାଳ ୮ ଟା ରେ ଚିତ୍ରାଙ୍କନ ପ୍ରତିଯୋଗୀତା (୨ୟ ରୁ ଦ୍ଵାଦଶ ଶ୍ରେଣୀ): ସକାଳ ୧୧ ଟା ରେ ସଙ୍ଗୀତ ପ୍ରତିଯୋଗିତା (୨ୟ ରୁ ଦ୍ଵାଦଶ ଶ୍ରେଣୀ); ୧୫ ତାରିଖ ଅପରାହ୍ନ ୪:୩୦ ରେ ୩ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା (ଜନ୍ମ ପ୍ରମାଣପତ୍ର ଏବଂ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ) ଓ ୫:୩୦ ରେ ରାଇମସ୍ ପ୍ରତିଯୋଗିତା (ନର୍ସରୀ ରୁ ପ୍ରଥମ); ୧୬ ତାରିଖ ସନ୍ଧ୍ଯା ୫ ଟାରେ ରେ ଆଧୁନିକ ନୃତ୍ୟ ପ୍ରତିଯୋଗୀତା (ନର୍ସରୀ ରୁ ୪ର୍ଥ ଶ୍ରେଣୀ); ୧୮ ତାରିଖ ଦିନ ସନ୍ଧ୍ଯା ୫:୦୦ ରେ ଓଡିଶୀ ନୃତ୍ୟ (୨ୟ ରୁ ୭ମ ଶ୍ରେଣୀ); ଓ ୧୯ ତାରିଖ ଦିନ ଅପରାହ୍ନ ୪ ଟାରେ କୌତୁକ ପୋଷାକ (ନର୍ସରୀ ରୁ ୭ମ ଶ୍ରେଣୀ), ଅନୁଷ୍ଠିତ ହେବ I ପ୍ରତିଯୋଗୀ ମାନଙ୍କୁ ଶ୍ରେଣୀ ଅନୁସାରେ ଶିଶୁ, ସବଜୁନିୟର, ଜୁନିୟର, ସିନିୟର ଏବଂ ସୁପର ସିନିୟର ଗୃପରେ ବିଭକ୍ତ କରାଯାଇଛି ।
ଚଳିତ ବର୍ଷ ଉଭୟ ଓଡିଆ ଓ ଇଂରାଜୀ ରେ ବକ୍ତୃତା ପ୍ରତିଯୋଗୀତା ପାଇଁ ଭିଡିଓ ଆହ୍ଵାନ କରାଯାଉଛି I ୫ମ ରୁ ୭ମ ଶ୍ରେଣୀ ପିଲାମାନଙ୍କ ପାଇଁ ବିଷୟ ବସ୍ତୁ ହେଲା “ପରିବେଶ ସୁରକ୍ଷା ପାଇଁ ଛୋଟୋ ଛୋଟୋ କାର୍ଯ୍ୟର ଶକ୍ତି” ଓ “The power of small action to protect environment” ; ୮ ମ ରୁ ୧୦ ମ ଶ୍ରେଣୀ – ବିଷୟ ବସ୍ତୁ ହେଲା “ତମାଖୁ ନିୟନ୍ତ୍ରଣ: ଏକ ଜୀବନ ରକ୍ଷକ ମିଶନ୍” ଓ “Tobacco Control: A Lifesaving Mission”; ୧୧ ଓ ୧୨ ଶ୍ରେଣୀ – ବିଷୟ ବସ୍ତୁ ହେଲା “ସୁସ୍ଥ ପିଢୀ ପାଇଁ ସ୍ଥାନୀୟ ଦେଶୀ ଖାଦ୍ୟ ଓ ଫାଷ୍ଟ ଫୁଡ ମଧ୍ୟରେ ସନ୍ତୁଳନ କରିବା” ଓ “Balancing Slow and Fast Food for a Healthier Generation” I ପ୍ରତିଯୋଗୀ ମାନେ ସେମାନଙ୍କ ବକ୍ତୃତା କୁ ୩ ମିନିଟ ର ଭିଡିଓ କରି psisumela@gmail.com କିମ୍ବା whatsApp ନମ୍ବର ୭୮୪୯୦୧୦୦୨୧ କୁ ପଠାଇବାକୁ ଅନୁରୋଧ I ଭିଡିଓରେ ସେମାନେ ତାଙ୍କର ନାମ, ଶ୍ରେଣୀ, ଓ ସ୍କୁଲ ର ନାମ ମୋବାଇଲ ଫୋନ ନମ୍ବର କହିବା ଉଚିତ୍ । ଭିଡିଓ ପଠାଇବାର ଅନ୍ତିମ ତାରିଖ ହେଲା ନଭେମ୍ବର ମାସ ୧୨ ତାରିଖ I
ଏହି ଅବସରରେ ପିକକ୍ ର ବିଭିନ୍ନ ବାର୍ଷିକ ସମ୍ମାନ ପାଇଁ ନାମାଙ୍କନ ଆହ୍ଵାନ କରାଯାଉଛି । ନାମାଙ୍କନ ବା ମନୋନୟନ ପତ୍ର ନଭେମ୍ବର ୧ ତାରିଖ ମଧ୍ୟରେ psisumela@gmail.com ରେ ପହଞ୍ଚିବା ଆବଶ୍ୟକ। ୧୮ ବର୍ଷରୁ କମ୍ ପିଲାମାନଙ୍କୁ ସମାଜ ସେବା ପାଇଁ ‘ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ସବୁ କ୍ଷେତ୍ର ରେ ଉଲ୍ଲେଖନିୟ ସଫଳତା ପାଇଁ “ଡଃ ପି. ସି. ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ”, ସାହସିକତା ପାଇଁ ‘ବାଜିରାଉତ ସ୍ମାରକୀ ସମ୍ମାନ’, ଅଭିନୟ ପାଇଁ ‘ଶରତ ପୂଜାରୀ ସ୍ମାରକୀ ସମ୍ମାନ’, ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ‘କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ ଜଣେ ଝିଅ ଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ” ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜଣେ ଝିଅ ଙ୍କୁ “ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।
ଏହି ଅବସରରେ ପ୍ରତ୍ୟକ ବର୍ଷପରି ଶିଶୁମାନଙ୍କ ପାଇଁ ଲେଖୁଥିବା କିମ୍ବା କାର୍ଯ୍ୟକରୁ ଥିବା ବ୍ୟକ୍ତିତ୍ଵଙ୍କୁ ‘ଶିଶୁସାଥି ସମ୍ମାନ’, ସାମ୍ବାଦିକତା ପାଇଁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ”, ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ”, ଶିଶୁମାନଙ୍କ ସୁରକ୍ଷା ବା ବିକାଶ ପାଇଁ କାର୍ଯ୍ୟରତ ବ୍ୟକ୍ତିତ୍ଵଙ୍କୁ “ଡଃ ପି. ସି. ଦାସ ସ୍ମାରକୀ ଶିଶୁ ଅଧିକାର ସୁରକ୍ଷା ସମ୍ମାନ”, ପଞ୍ଚାୟତର ନିର୍ବାଚିତ ମହିଳା ପ୍ରତିନିଧି ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ “ଆରାଧନା ନନ୍ଦ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ।