ଭୁବନେଶ୍ୱର : ଓଡିଶା ପାନୀୟ ନିଗମ (ଓଡିଶା ଷ୍ଟେଟ୍ ବିଭରେଜେସ୍ କର୍ପୋରେସନ୍ ଲିଃ.) ୨୦୨୨-୨୩ ଆର୍ଥିକ ବର୍ଷରେ ୭୪୫୬.୬୪ କୋଟି ଟଙ୍କା କାରବାର କରିଛି (ମୂଲ୍ୟଯୁକ୍ତ କର ବ୍ୟତୀତ) । ଉତ୍ପାଦନ ଶୁଳ୍କ ଭାବରେ ନିଗମ ତରଫରୁ ରାଜ୍ୟ ସରକାରଙ୍କ ଠାରେ ୫୨୬୭.୬୯ କୋଟି ଟଙ୍କା ଓ ମୂଲ୍ୟଯୁକ୍ତ କର(ଭାଟ) ଆକାରରେ ୨୫୧୨.୮୩ କୋଟି ଦାଖଲ କରାଯାଇଛି ।
କର ବାବଦକୁ ଦେୟ ପରେ ନିଗମ ୩୧.୩୮ କୋଟି ଟଙ୍କା ଲାଭ କରିଥିବା ଜଣାଯାଇଛି । ତେବେ ନିଗମ ତରଫରୁ ଏହାର ମୋଟ ଲାଭାଂଶରୁ ରାଜ୍ୟ ସରକାରଙ୍କ ଅଂଶ ଭାବରେ ୯.୪୧କୋଟି ଟଙ୍କା ଆଜି ପ୍ରଦାନ କରାଯାଇଛି ।
ଆଜି ରାଜ୍ୟ ପଞ୍ଜାୟତିରାଜ, ପାନୀୟ ଜଳ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଅର୍ଥ ଚେକ୍ ଆକାରରେ ମୁଖ୍ୟଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।