ଭୁବନେଶ୍ୱର : ଗତ ୫ବର୍ଷ ମଧ୍ୟରେ ଓଡିଶାକୁ ୩ଟି ସାଇବର ଧମକ ଆସିଛି । ଏହି ତିନିଟି ମାମଲା ମଧ୍ୟରୁ ଗୋଟିଏ ନାଉରୁ ଦେଶରୁ ଆସିଥିବାବେଳେ ଆଉ ଦୁଇଟି କାନାଡାରୁ ଆସିଛି । ଏହି ତିନିଟି ଘଟଣାରେ ମାମଲା ରୁଜୁ ସହିତ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ନାଉରୁ ଦେଶରୁ ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରକୁ ଏକ ଧମକ ଆସିଥିଲା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମାମଲା ରୁଜୁ ହେବା ସହିତ ଏହାର ତଦନ୍ତ ଚାଲିଛି ।
ସେହିଭଳିଆଉ ଦୁଇଟି ଧମକ ଇ-ମେଲ୍ ଓ ବେତାର ଯୋଗେ କାନାଡାରୁ ଆସିଥିଲା । ଏହି ସାଇବର ଧମକରେ ଦୁଇଟି ମାମଲା ଏୟାରପୋର୍ଟ ଥାନା ଓ କ୍ୟାପିଟାଲ ଥାନାରେ ମାମଲା ରୁଜୁ ସହିତ ତଦନ୍ତ ଜାରି ରହିଛି । ଏହି ସାଇବର ଧମକ ଦ୍ୱାରା କାହାର କିଛି କ୍ଷତି ହୋଇନଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।