Home Administration ପାକ୍ସ ହେବ ପେପରଲେସ୍‍

ପାକ୍ସ ହେବ ପେପରଲେସ୍‍

ଭୁବନେଶ୍ୱର : ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ଗୁଡିକ ଆସନ୍ତା ମାସରୁ ପେପରଲେସ୍‍ ବା କାଗଜ ରହିତ ହେବ । ଏଥିପାଇଁ ପଦକ୍ଷେପ ନେବାକୁ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ।

ରାଜ୍ୟର ସମସ୍ତ ୨୭୧୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟରୀକରଣ କରି ଚାଷୀମାନଙ୍କୁ ସେବା ପ୍ରଦାନ କରିବା ଦିଗରେ ବିଭାଗ ତରଫରୁ ଆବଶ୍ୟକ ପଦ କ୍ଷେପଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକ୍ସ ଗୁଡିକର କମ୍ପ୍ୟୁଟରୀକରଣ ସଂପର୍କରେ ମନ୍ତ୍ରୀ ଶ୍ରୀ ନାୟକ ସମୀକ୍ଷା କରିଛନ୍ତି ।

ସମୀକ୍ଷାରୁ ପ୍ରକାଶ ଯେ ରାଜ୍ୟରେ ୨୭୧୦ ଟି ପାକ୍ସ ଥିବା ବେଳେ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ୨୬୦୦ ଟି ପାକ୍ସର କମ୍ପ୍ୟୁଟରୀକରଣ ସହିତ ଡାଟା ଏଣ୍ଟ୍ରି ଅପରେଟର ( ଡିଇଓ ) ଏବଂ ଆବଶ୍ୟକ ମାନବ ସମ୍ବଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ତ୍ୱରାନ୍ନିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ତରଫରୁ ପଦାଧିକାରୀମାନେ କ୍ଷେତ୍ରଉପରେ କାର୍ଯ୍ୟ ତଦାରଖ କରୁଛନ୍ତି ।

କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଆସନ୍ତା ୧୦ ତାରିଖରୁ ପାକ୍ସ ଗୁଡିକ ପେପରଲେସ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଡି.ଆର୍‌.ସି.ଏସ୍ , ଏ.ଆର୍‌.ସି.ଏସ୍ ଏବଂ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସିଇଓ ମାନେ ଚଳିତ ମାସ ୩୦ ତାରିଖ ସୁଦ୍ଧା ସମସ୍ତ ୨୧୧୦ ପାକ୍ସର ବୁକ ଅଫ ରେକର୍ଡ ଅପଡେଟ୍ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦେବା ପଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ନିର୍ଦ୍ଧିଷ୍ଟ ଭାବେ ଡିଇଓ ନିଯୁକ୍ତ କରିବା , ଅନ୍ ସାଇଟ ସହାୟତା ନିମିତ ଭି-ସଫ୍ଟ ତରଫରୁ ୩୦ ଜଣ ବୌଷୟୀକ କର୍ମଚାରୀ ପ୍ରତି ଜିଲ୍ଲାରେ ରହିବେ ।

ସେହିପରି ପାକ୍ସଗୁଡିକରେ ଅନ ଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ସମିତିର ସମ୍ପାଦକ ଓ ଡିଇଓ ମାନଙ୍କୁ ମାଷ୍ଟର ଟ୍ରେନରମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଆବଶ୍ୟ ତାଲିମ୍ ପ୍ରଦାନ କରିବେ । ପ୍ରକାଶ ଥାଉକି ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୪୮.୭୭ କୋଟି ଟଙ୍କା ଏବଂ ନେଟ୍ ୱାର୍କ ସଂଯୋଗୀକରଣ ପାଇଁ ୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ସମବାୟ ବିଭାଗ ଶାସନ ସଚିବ ସଞ୍ଜିବ କୁମାର ଚଢା, ସମବାୟ ସମିତି ନିବନ୍ଧକ ୟୁ.ସି ମାଝି , ରାଜ୍ୟ ସମବାୟ ବ୍ୟାଙ୍କ ଏମ.ଡି ଗୋପବନ୍ଧୁ ଶତପଥୀ ଏବଂ ଅତିରିକ୍ତ ସଚିବ ସୁଦର୍ଶନ ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।