Home Education ପରୀକ୍ଷା ଫିସ ଫେରେଇବାକୁ ଦାବି

ପରୀକ୍ଷା ଫିସ ଫେରେଇବାକୁ ଦାବି

ଭୁବନେଶ୍ୱର : ଚଳିତ ବର୍ଷ କରୋନା ମହାମାରୀ ପାଇଁ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା ବାତିଲ ହେବାପରେ ଜୋର ଜବରଦସ୍ତ ଆଦାୟ କରାଯାଇଥିବା ଫର୍ମ ଫିଲ୍ଲପ ଫିସ ସବୁ ଫେରେଇବାକୁ ସିବିଏସଇ ଓ ଆଇସିଏସଇ ନିକଟରେ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ l

ଚଳିତ ଆଦାୟ ସାଧାରଣ ବର୍ଗ ଛାତ୍ର ଛାତ୍ରୀ ପାଇଁ 1500, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ପାଇଁ 1200ଟଙ୍କା, ସମସ୍ତଙ୍କ ପଞ୍ଜିକରଣ ପାଇଁ 300 ଟଙ୍କା ଦେଇ ଫର୍ମ ଫିଲପ କରାଯାଇଥିଲା l

ଦୁଃଖର କଥା ଯେଉଁମାନେ ଠିକ ସମୟରେ ଅର୍ଥ ଯୋଗାଡ଼ କରିପାରିଲେ ନାହିଁ ବିଳମ୍ବ ଫାଇନ ପାଇଁ 2000 ପର୍ଯ୍ୟନ୍ତ ଆଦାୟ ହୋଇଥିଲା l ସିବିଏସଇ ଓ ଆଇସିଏସଇ ପରିଷଦ ଏହି ପରି କରୋନା ସମୟରେ ଜୋରଜବରଦସ୍ତ ଆଦାୟ କରିଥିଲେ l

ବାରମ୍ବାର ଅନୁରୋଧ ସତ୍ୱେ ଉଭୟ ପରିଷଦ ଏହାକୁ ଛାଡ଼ କରିନଥିଲେ କିମ୍ବା ବିଳମ୍ବ ଫାଇନ ଆଦାୟ ବନ୍ଦ କରିନଥିଲେ l ମୁନଫାଖୋରୀ ବେପାରୀ ପରି ବ୍ୟବହାର କରିଥିଲେ ଉଭୟ ପରିଷଦ l ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କିଛି ଫଳ ମିଳନଥିଲା l

ଯେହେତୁ ପରୀକ୍ଷା ହୋଇନାହିଁ ବର୍ତମାନ ସମୟରେ ସେହି ଅର୍ଥ ଫେରସ୍ତ କରିବାକୁ ଦାବି କରି ସିବିଏସଇ ଅଧକ୍ଷ୍ୟ ମନୋଜ ଆହୋଜା ଓ ଆଇସିଏସଇର ଅଧକ୍ଷ୍ୟ ଜି. ଇମ୍ମାନୁଏଲ ଙ୍କୁ ଚିଠି ମାଧ୍ୟମରେ ଦାବି କରିଛନ୍ତି ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ l

ଉଭୟ ପରିଷଦ ଅଧକ୍ଷ୍ୟ ମାନଙ୍କ ସହ କେନ୍ଦ୍ର ଶିକ୍ଷା ସଚିବ ଅନିତା କରୱାଲ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଦ୍ୟାଲୟ ଓ ଗଣଶିକ୍ଷା ପ୍ରମୁଖ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି ପାଣ୍ଡିଆନ କାର୍ତ୍ତିକେନଙ୍କୁ ହସ୍ତାକ୍ଷପ କରିବାକୁ ଶ୍ରୀ ଭଟ୍ଟ  ଅନୁରୋଧ କରିଛନ୍ତି l