ଭୁବନେଶ୍ୱର : ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ଶ୍ରୀ ଆଳୟ କୁମାର ମହାନ୍ତିଙ୍କର ଆଜି କ୍ୟାପିଟାଲ ହସ୍ପିଟାଲରେ ୬୫ବର୍ଷ ବୟସରେପରଲୋକ ଘଟିଛି । ଅସୁସ୍ଥତା ହେତୁ ଶ୍ରୀ ମହାନ୍ତି ଆଇ.ସି.ୟୁ.ରେ ଚିକିତ୍ସିତ ଥିଲେ ।
ସେ ଜଣେ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଥିଲେ । ଦେହାନ୍ତ ପରେ ତାଙ୍କର ପାର୍ଥିବ ଶରୀରକୁ ସେ ରହୁଥିବା ୟୁନିଟ-୬ ସ୍ଥିତ ସରକାରୀ ବାସ ଭବନକୁ ଅଣାଯାଇଥିଲା ।ସ୍ୱର୍ଗତ ମହାନ୍ତିଙ୍କ ବିୟୋଗ ଖବର ପାଇବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧି ଓ ଶୁଭେଚ୍ଛୁମାନେ ବହୁସଂଖ୍ୟାରେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ ।
ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର,ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଏବଂଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଭୁବନେଶ୍ଵର ଶ୍ରୀ ପଠାଣି ରାଉତ ପ୍ରମୁଖ ସ୍ଵର୍ଗତ ମହାନ୍ତିଙ୍କ ସରକାରୀ ବାସ ଭବନକୁ ଯାଇ ସ୍ୱର୍ଗତ ମହାନ୍ତିଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପ୍ରକାଶ ଥାଉକି, ସ୍ୱର୍ଗତ ମହାନ୍ତି ଜଣେ ଆଗଧାଡିର ସାମ୍ବାଦିକ ଓ ସୃଜନଶୀଳ ବ୍ୟକ୍ତି ଥିଲେ । ଚଳଚିତ୍ର, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସେ ନିଜରସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ‘ଶୂନ୍ୟ ସ୍ୱରୂପ’, ‘ଆଶା’,’ଭୁଲ ବୁଝିବନି ମୋତେ’ ଭଳି ୩ଟି ଓଡିଆ ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ତନ୍ମଧ୍ୟରୁ ପ୍ରଥମ ଦୁଇଟି ଚଳଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ।
ସେହିଭଳି‘ମରିଚିକା’, ‘ବାଲିଘର’ଭଳିଟିଭିଓଡିଆ ଧାରାବାହିକରେ ନିର୍ଦ୍ଦେଶନା ଦେଇଥିଲେ । ପ୍ରଥମେ ‘ହିରାଖଣ୍ଡ’ ସମ୍ବାଦ ପତ୍ରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ସ୍ୱର୍ଗତ ମହାନ୍ତି ଶେଷ ସମୟ ବେଳକୁ ‘ଅମୃତ ସନ୍ଦେଶ’ ହିନ୍ଦୀ ପତ୍ରିକାର ରାଜ୍ୟ ପ୍ରତିନିଧି ଥିଲେ ଏବଂ ‘ସତ୍ୟଧାରା’ ଓଡିଆ ସାପ୍ତାହିକ ଖବରକାଗଜର ସଂପାଦନା କରୁଥିଲେ । ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ସାମ୍ବାଦିକ ସଂଘର ସଭ୍ୟ ତଥା କର୍ମକର୍ତ୍ତା ରହିଥିଲେ ।
୧୯୯୧ ରୁ ସେ ରାଜ୍ୟ ରେଡକ୍ରସର ସଂଯୋଜକ ଥିଲେ ।କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ନିଜର ସଂପର୍କୀୟ ତଥାଜଣାଶୁଣା ରୋଗୀମାନଙ୍କୁ ଚିକିତ୍ସା ସହାୟତାରେ ସାହାଯ୍ୟ କରୁଥିଲେ । ତାଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ(ବିବାହିତା) ଅଛନ୍ତି । ପୁଅ ଦୀପକ କୁମାର ମହାନ୍ତି କଳିଙ୍ଗ ଟିଭିରେ କାର୍ଯ୍ୟରତ । ଆଜି ସ୍ୱର୍ଗତ ମହାନ୍ତିଙ୍କର ମର ଶରୀରକୁ ତାଙ୍କ ନିଜ ଗ୍ରାମ ଜଟଣୀ ସ୍ଥିତ ପଦନପୁରକୁ ନିଆଯିବା ସହ ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି ।