Home News in Odia ପଦ୍ମ ଧରିଲେ ପାଣିଗ୍ରାହୀ

ପଦ୍ମ ଧରିଲେ ପାଣିଗ୍ରାହୀ

ଭୁବନେଶ୍ଵର : ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ବିଜେପିରେ ଯୋଗ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାର ଫାୟାରବ୍ରାଣ୍ଡ ନେତା ତଥା ତିନି ଥର ବିଧାୟକ ହୋଇଥିବା ଶ୍ରୀ ପାଣିଗ୍ରାହୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳୀୟ ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ଗୋଟିଏ ଦିନ ପୂର୍ବରୁ ପ୍ରଦୀପ ବିଜେପିରେ ଯୋଗ ଦେଇଛନ୍ତି

ଶ୍ରୀ ସାମଲ ପାଣିଗ୍ରାହୀଙ୍କୁ ଦଳରେ ସ୍ୱାଗତ କରିବା ସହ ତାଙ୍କ ଯୋଗଦାନ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶାରେ ବିଜେପିକୁ ସୁଦୃଢ଼ କରିବ ବୋଲି କହିଛନ୍ତି

ଏହି ଅବସରରେ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ସ୍ଥିର ଓଡ଼ିଶା ଏବଂ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ସମୟ ଆସିଛି

ବଧିର, ମୂକ ଦୃଷ୍ଟିହୀନ ବିଜେଡି ସରକାରକୁ ଉଚ୍ଛେଦ କରି ଆଗାମୀ ନିର୍ବାଚନରେ ରାଜ୍ୟରେ ଶାନ୍ତିପୂର୍ଣ୍ଣ ବିକାଶମୁଖୀ ସରକାର ଗଠନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ଓଡ଼ିଆ ପ୍ରଥମେ ଓଡ଼ିଶା ପ୍ରଥମନୀତିରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବିଜେପି ଦଳକୁ ରାଜ୍ୟରେ ଶାସନ କରିବାକୁ ସୁଯୋଗ ଦିଆଯିବା ଦରକାର ବୋଲି ସେ କହିଛନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ନବୀନ ବାବୁ ବିଜୁ ଜନତା ଦଳ ଗଠନ କରି ରାଜ୍ୟରେ ସରକାର ଗଠନ କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ରାଜନୈତିକ ଫାଇଦା ପାଇଁ ସେ ବିଜେପି ଛାଡିଥିଲେ ବୋଲି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି

ମୁଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ଯେ ବିଜେପିକୁ ଗୋଟିଏ ବି ସୁଯୋଗ ଦିଅନ୍ତୁ। ରାଜ୍ୟ ଓଡିଆଙ୍କ ପାଇଁ ଗୌରବ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନେକ କାମ କରିଛନ୍ତି ଅନେକ ଓଡ଼ିଆଙ୍କୁ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦିଆଯାଇଛି

ସୂଚନାଯୋଗ୍ୟ, ଚାକିରି ଠକେଇ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୦୨୦ ଡିସେମ୍ବର ତାରିଖରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ଏବଂ ୨୦୨୧ ଜୁନ୍ ମାସରେ ଜାମିନରେ ମୁକୁଳିଥିଲେ । ୨୦୨୦ ଡିସେମ୍ବର ୪ତାରିଖରେ ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟପଦରୁ ବହିଷ୍କାର କରାଯାଇଥିଲା। ସେବେଠାରୁ ଗୋପାଳପୁର ବିଧାୟକ ବିଭିନ୍ନ ସମୟରେ ଶାସକ ଦଳ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି

ଶ୍ରୀ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଆଗାମୀ ବିଧାନସଭା ନିର୍ବାଚନପାଇଁ ବିଜେପି ବିଜେଡି ମଧ୍ୟରେ କଡ଼ା ଟକ୍କର ହେବା ପ୍ରାୟ ନିଶ୍ଚିତ