ଭୁବନେଶ୍ୱର : ରମାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆର୍ଥ ଗାର୍ଡିଆନ୍ସ ଜୀବନରେଖା ଏବଂ ଇନରହ୍ୱିଲ କ୍ଲବ ଅଫ୍ ଭୁବନେଶ୍ୱର ଦ୍ୱାରା ଆଜି ମିଳିତ ଭାବରେ “ନୋ ମୋର୍ ପ୍ଲାଷ୍ଟିକ” ଅଭିଯାନ ଆୟୋଜନ କରାଯାଇଥିଲା।
ଏଥିରେ ୧୦୦ ଜଣ ଛାତ୍ରୀ ଏବଂ ୨୧ ଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ କ୍ୟାମ୍ପସକୁ ସଫା କରାଯାଇଥିଲା ଏବଂ ପ୍ଲାଷ୍ଟିକ୍ ମୁକ୍ତ ସ୍କୁଲ ଭାବରେ ଘୋଷଣା କରାଯାଇଥିଲା। କ୍ୟାମ୍ପସ ଏବଂ ହଷ୍ଟେଲରେ ସମସ୍ତ ପ୍ଲାଷ୍ଟିକ୍ ବୋତଲକୁ କାଚ ବୋତଲ ଦ୍ୱାରା ବଦଳାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜୀବନରେଖା ପରିଷଦର ସଚିବ ଶ୍ରୀମତୀ ମଧୁସ୍ମିତା ମିଶ୍ର, ଯୁଗ୍ମ ସଚିବ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଶ୍ରୀମତୀ ସୁରେଖା ସାହୁ ସଭାପତି ଏବଂ ଇନରହ୍ୱିଲ କ୍ଲବ ସଚିବ ସ୍ମରଣୀକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।