Home Administration ନୂଆ ଜିଲ୍ଲାପାଳ ଓ ଏସପି ନିଯୁକ୍ତି

ନୂଆ ଜିଲ୍ଲାପାଳ ଓ ଏସପି ନିଯୁକ୍ତି

ଭୁବନେଶ୍ଵର : ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଆଜି କଟକ ଓ ଜଗତସିଂହପୁର ଜିଲ୍ଲା ପାଇଁ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି।

ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ଅରିନ୍ଦମ ଡାକୁଆଙ୍କୁ କଟକର ନୂତନ ଜିଲ୍ଲାପାଳ ଏବଂ ୨୦୧୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅନୁପମ ସାହାଙ୍କୁ ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ପୂର୍ବରୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ବିନୀତ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ଓ ଡିଇଓ ପାରୁଲ ପଟାୱାରୀଙ୍କୁ ବଦଳି କରିବାକୁ ନିର୍ବାଚନ ଆୟୋଗ ଓଡ଼ିଶା ସରକାରଙ୍କୁ କହିଥିଲେ।

ସେହିପରି କମିଶନଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୪ଟି ପଦବୀରେ ନୂଆ ଆଇପିଏସ୍ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି।

ଗୃହ ବିଭାଗ ର ବିଜ୍ଞପ୍ତି ଅନୁଯାୟୀ, ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲଙ୍କୁ ଆଶିଷ ସିଂହଙ୍କ ସ୍ଥାନରେ ଆଇଜି (କେନ୍ଦ୍ରୀୟ) ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରକାଶ ଆରଙ୍କୁ କଟକ  ଡିସିପି ଭାବେ ବଦଳି କରାଯାଇଛି। ସେ କନୱର ବିଶାଲ ସିଂଙ୍କ ସ୍ଥାନ ନେବେ, ଯାହାଙ୍କୁ ମଧ୍ୟ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି ।

ସେହିପରି ମିତ୍ରଭାନୁ ମହାପାତ୍ରଙ୍କ ସ୍ଥାନରେ ପୁଲିସ ଡିଆଇଜି, ଗୁଇନ୍ଦା ଗୁଇନ୍ଦା ବିଭାଗ ଭାରପ୍ରାପ୍ତ ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଭାବେ ନିଯୁକ୍ତି ଦିଆଯାଇଛି। ଏସ୍ ଆଇଡବ୍ଲୁ ର ଡିଆଇଜି ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ଉଭୟ ଶ୍ରୀ ମହାପାତ୍ର ଓ ବର୍ତ୍ତମାନର ଅନୁଗୁଳ ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି।