Home Assembly ନିଯୁକ୍ତି ନବୀକରଣ ପାଇଁ ପଦକ୍ଷେପ

ନିଯୁକ୍ତି ନବୀକରଣ ପାଇଁ ପଦକ୍ଷେପ

ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ବିଭିନ୍ନ ପ୍ରକଳ୍ପ ଓ ଦପ୍ତରରେ କାର୍ଯ୍ୟରତ ସଂଖ୍ୟାଧିକ ଆଉଟସୋର୍ସିଂ କର୍ମଚାରୀମାନଙ୍କର ନିଯୁକ୍ତି ଅବଧି ଗତ ସେପ୍ଟେମ୍ବର ମାସରୁ ସରିଯାଇଛି । ସେମାନଙ୍କ ନିଯୁକ୍ତି ଅବଧି ନବୀକରଣ ଲାଗି ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ଯେ ମୁକ୍ତା, ଜାତୀୟ ସହରାଞ୍ଚଳର ଜୀବିକା ମିଶନ, ଆହାର, ଜଳସାଥୀ, ଟିଏସୟୁ ଲିଗାଲ ସେଲ୍‍, ଜଳ ପୁନରୁଦ୍ଧାର ୟୁନିଟ୍‍, ବର୍ଜ୍ୟଜଳ ପରିଚାଳନା, ଟାଉନ ପ୍ଲାନିଂ ପିଏମୟୁ, ବିଏମସି ଅଧିନରେ ଥିବା ସିଏଲୟୁପିପି, ଓୟୁଆଇଡିଏଫ୍‍ ପିଏମୟୁ, ଜାଗା ମିଶନ ଆଦି ବହୁ ସ୍ଥାନରେ କର୍ମଚାରୀମାନଙ୍କର ନିଯୁକ୍ତି ଅବଧି ଗତ ସେପ୍ଟେମ୍ବର ମାସରୁ ସମାପ୍ତ ହୋଇଛି ।

ଏହିସବୁ କର୍ମଚାରୀମାନଙ୍କୁ ସିଇଡି, ଏକ୍ସଇଏମ୍‍ ଭେଞ୍ଚର, ଇଆଣ୍ଡୱାଇ ଏଲଏଲପି, କେୟାର ସିକୁରିଟିଜ୍‍, ଲାଲଦାସ ଆଣ୍ଡ କୋ, ରାଜହଂସ କନସ୍ୟୁଲଟାନ୍ସ ଆଦିରୁ ଆଉଟସୋର୍ସିରେ ଅଣାଯାଇଥିଲା । ତେବେ କିଛି କର୍ମଚାରୀଙ୍କର ନିଯୁକ୍ତି ଅବଧି ଆସନ୍ତା ବର୍ଷ ଜୁନ୍‍ମାସ ପର୍ଯ୍ୟନ୍ତ ରହଛି । ନିଯୁକ୍ତି ଅବଧି ସରିଥିବା କର୍ମଚାରୀମାନଙ୍କର କୌଣସି ବକେୟା ପ୍ରାପ୍ୟ ନଥିବା ମନ୍ତ୍ରୀ ଉଲ୍ଲେଖ କରିଥିବାବେଳେ ଏମାନଙ୍କ ନିଯୁକ୍ତିର ନବୀକରଣ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ।