Home General ନିଜ ଘର ଉପରେ ତ୍ରିରଙ୍ଗା ଉଡାଅ

ନିଜ ଘର ଉପରେ ତ୍ରିରଙ୍ଗା ଉଡାଅ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିhttps://harghartiranga.com ୱେବସାଇଟରେ ନିଜର ସେଲ୍ଫି ଅପଲୋଡ୍ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ #HarGharTiranga ଅଭିଯାନ ଗତ ଦୁଇ ବର୍ଷ ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକତାକୁ ଜାଗ୍ରତ କରିଛି ।

ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରନ୍ତୁ ଏବଂ ପୁଣି ସେହି ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରନ୍ତୁ । ଆମର ଗର୍ବ, ଆମ ତ୍ରିରଙ୍ଗା, ତୁମ ଘରେ ତ୍ରିରଙ୍ଗା ସହିତ ଏକ ସେଲ୍ଫି ନିଅ, ଏବଂ ଏହାକୁ ହର ଘର ତ୍ରିରଙ୍ଗା ୱେବସାଇଟ https://harghartiranga.com ରେ ଅପଲୋଡ୍ କର ।