Home Culture ନିଜସ୍ୱ ଦପ୍ତର ଜମି ବିଏମସିକୁ ଦେଇଦେଲେ

ନିଜସ୍ୱ ଦପ୍ତର ଜମି ବିଏମସିକୁ ଦେଇଦେଲେ

ଭୁବନେଶ୍ୱର : ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ପାଇଁ ଆଉ ଜମି ଉପଲବ୍ଧ ନାହିଁ । ଏଥିପାଇଁ ୨୦୦୯ମସିହାରେ ରାଜ୍ୟ ସରକାର ଯେଉଁ ଜମି ଯୋଗାଇ ଦେଇଥିଲେ ୨୦୧୮ ମସିହାରେ ତାହାକୁ ବିଏମସିକୁ ହସ୍ତାନ୍ତର କରିଦେଇଛନ୍ତି ।

ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ଭାଷା ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ଭୁବନେଶ୍ୱରର ଖାରବେଳ ନଗର ବୌରେ ୨୦୦୯ ମସିହାରେ ଏକ ଜମି ଯୋଗାଇ ଦେଇଥିଲେ । ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନିମେନ୍ତ ରାଜ୍ୟ ସରକାରଙ୍କ ତରଫରୁ ୨୦୦୫-୦୬ ଆର୍ଥିକ ବର୍ଷରେ ୧କୋଟି ୫ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା ।

ରାଜ୍ୟ ସରକାରଙ୍କ ଯୋଗାଇ ଦେଇଥିବା ଜମିକୁ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମକୁ ହସ୍ତାନ୍ତର କରାଯାଇଛି । ବତ୍ତର୍ମାନ ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନିର୍ମାଣ ପାଇଁ କୌଣସି ଜମି ଉପଲବ୍ଧ ନାହିଁ । ପ୍ରତିଷ୍ଠାନର କାର୍ଯ୍ୟାଳୟ ଏବେ ସଂସ୍କୃତି ଭବନ ଠାରେ ଚାଲୁଛି । ଓଡିଆ ଭାଷା ପ୍ରତିଷ୍ଠାନ ୨୦୦୬ ମସିହାରୁ ଏକ ସ୍ୱୟଂଶାସିତ ସଂସ୍ଥାଭାବେ କାର୍ଯ୍ୟକରି ଆସୁଛି । ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ କମିଟି ଓ ସାଧାରଣ ପରିଷଦ ଦ୍ୱାରା ସର୍ବମୋଟ୍‍ ୩୧ଟି ପଦବୀ ସୃଷ୍ଟି କରାଯାଇଛି ।