Home General ନାବାର୍ଡ ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ନାବାର୍ଡ ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଭୁବନେଶ୍ୱର : ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ),ଓଡିଶା ଆଂଚଳିକ ଶାଖା ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ହସ୍ତତନ୍ତ ସ୍ୱତନ୍ତ୍ର  ପ୍ରଦର୍ଶନୀ ଆୟୋଜନ କରାଯାଇଛି । ୩  ଦିନ ଧରି ଆୟୋଜିତ ଏହି ପ୍ରଦର୍ଶନୀ ଷ୍ଟଲକୁ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ ସୁଧାଂଶୁ କେ.କେ. ମିଶ୍ର, ମୁଖ୍ୟ ପରିଚାଳକ, ନାବାର୍ଡ ବିଭୂତି ଭୂଷଣ ସାହୁ, ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରିଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ପ୍ରଦର୍ଶନୀରେ ନାବାର୍ଡ ସହାୟତାରେ ପରିଚାଳିତ ଖୋର୍ଦ୍ଧା, କଟକ, ସମ୍ବଲପୁର, ଯାଜପୁର, ମୟୁରଭଞ୍ଜ, ସୁବର୍ଣ୍ଣପୁର ଆଦିରୁ ୭ଟି ହସ୍ତତନ୍ତ ଉତ୍ପାଦକ ସଂଘ ଅଂଶଗ୍ରହଣ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ  ୨୦୨୧  ବ୍ୟାଚର ୫  ଜଣ ଆଇଏସ୍ ପ୍ରୋବେସନର  ମଧ୍ୟ ଅତିଥିଭାବେ ଊପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ଆମ ଦେଶ ତଥା ରାଜ୍ୟର  ହସ୍ତଶିଳ୍ପ, ହସ୍ତତନ୍ତ ଓ ହସ୍ତକଳାର ସ୍ୱତନ୍ତ୍ର ପରିଚୟ ରହିଛି ।  ଜାତୀୟ ହସ୍ତତନ୍ତ ଦିବସ  ଭାରତରେ ହସ୍ତତନ୍ତ କାରିଗରୀର ବର୍ଷ ବର୍ଷ ଧରି ପୁରାତନ ପରମ୍ପରାକୁ ସ୍ମରଣ କରାଇଥାଏ ଦେଶର ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିବାର ଏହା ଅବକାଶ ସୃଷ୍ଟି କରିଥାଏ 

ଭାରତର କଳା, ସଂସ୍କୃତି ଓ ଏୗତିହ୍ୟକୁ ଉଜ୍ଜୀବିତ ରଖିବାରେ ହସ୍ତତନ୍ତ ପୋଷାକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସିଛି କୃଷି ସହ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ହସ୍ତତନ୍ତର ଅବଦାନ ରହିଛି  । ଆମର ବୁଣାକାରମାନେ ବୁଣୁଥିବା ଶାଢ଼ୀଠାରୁ ଆରମ୍ଭକରି କୁମ୍ଭକାରମାନେ ତିଆରି କରୁଥିବା ମାଟି ସାମଗ୍ରୀ  ଏକ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିଛି   ଅଧୂନା ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ବହୁଳ ଭାବେ ଅନ୍ୟ ସବୁ ପ୍ରକାରର ପୋଷାକ ଉତ୍ପାଦନ ହେବା ଫଳରେ ହସ୍ତତନ୍ତ ଉତ୍ପାଦ ପ୍ରସ୍ତୁତିରେ ପ୍ରଭାବ ପଡିଛି ଆମର ପ୍ରାଚୀନ ହସ୍ତତନ୍ତ ପରମ୍ପରାକୁ ବଞ୍ଚାଇ ରଖିବାକୁ ହେଲେ ଆମ ସମସ୍ତଙ୍କୁ ଏଥିପ୍ରତି ଆଗ୍ରହ ପ୍ରକାଶ କରିବାର ଆବଶ୍ୟକତା ରହିଛି ହସ୍ତତନ୍ତ ବସ୍ତ୍ର ବ୍ୟବହାର ଫଳରେ ଅନନ୍ୟ ଅନୁଭବ ମିଳେ

ଏସବୁ ଉତ୍ପାଦଗୁଡ଼କ ଜଳବାୟୁ ଉପଯୋଗୀ ହସ୍ତତନ୍ତ ଲୁଗା, ପୋଷାକ ଆଦି ଉତ୍ପାଦର ବହୁଳ ବ୍ୟବହାର ଆମର ଲକ୍ଷ ଲକ୍ଷ ବୁଣାକାରମାନଙ୍କ ଜୀବିକାର୍ଜନରେ ସହାୟତା ପ୍ରଦାନ କରିବ ।  ଏହି ପରିପ୍ରେକ୍ଷୀରେ ପ୍ରତି ମହିଳାମାନେ ଘରେ ଘରେ ହସ୍ତତନ୍ତ ଶାଢ଼ୀ ବ୍ୟବହାର କରିବାକୁ ଶ୍ରୀ ଜେନା ଆହ୍ୱାନ ଜଣାଇଛନ୍ତି ।  

ସେହିପରି ହସ୍ତତନ୍ତ ଶାଢୀ ବା ଉତ୍ପାଦନ ପ୍ରସ୍ତୁତ କଲାବେଳେ ଏଥିରେ ଅଭିନବତ୍ୱ ଆଣିବା, ଏହା ହାଲୁକା ଓ କିପରି କ୍ରୟ ସାପେକ୍ଷ ହୋଇପାରିବ, ସେ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଆମ ରାଜ୍ୟର ସମ୍ବଲପୁରୀ, ମାଣିଆବନ୍ଧି  ସମେତ ବିଭିନ୍ନ ଜିଲ୍ଲାର ହସ୍ତତନ୍ତ ଶାଢୀର  ଆଦର ସଂପର୍କରେ ଗୁରୁତ୍ୱାରୋପ କରି ସେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ସହିତ ତାଙ୍କର ଦୀର୍ଘ ଦିନର ଅନୁଭୂତି ବଖାଣିଥିଲେ ।

ଏଥି ସହ ସେ ହବାସପୁରୀ ଏବଂ ଲୋକପାଡ ହସ୍ତତନ୍ତ ଶାଢ଼ୀ ଆଦିର ଡିଜାଇନକୁ ସଂରକ୍ଷଣ କରି ସେସବୁର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ ହସ୍ତତନ୍ତ ଶିଳ୍ପର ଉଜ୍ୱଳ ଭବିଷ୍ୟତ ରହିଥିବା ପ୍ରକାଶ କରି ଏହା କିପରି ଆନ୍ତର୍ଜାତିକ ବଜାରକୁ ଆକୃଷ୍ଟ କରିବ, ସେ ଦିଗରେ ବୁଣାକାର ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଓ ଏ ଦିଗରେ ବ୍ୟାପକତା  ସଂପର୍କରେ ଆଲୋକପାତ କରିଥିଲେ ।

ସାଧାରଣତଃ ପରିବେଶ ଅନୁକୂଳ ଉପଯୋଗୀ ଓ କମ୍ ଶକ୍ତି ଖର୍ଚ୍ଚ , ଅପେକ୍ଷାକୃତ କମ୍  ଯନ୍ତ୍ରପାତି ଆବଶ୍ୟକ ହେଉଥିବା ଏହି ଶିଳ୍ପରେ ପ୍ରକୃତିକ ତନ୍ତୁ ବ୍ୟବହାର ହୋଇଥାଏ ଏଣୁ ହସ୍ତତନ୍ତ ବସ୍ତ୍ର ବ୍ୟବହାର କରି ଆମର ବିଶ୍ୱକୁ ସୁରକ୍ଷାରେ ସହାୟକ ହେବାକୁ ଏହି ଉପଲକ୍ଷେ ଆୟୋଜିତ ଦସ୍ତଖତ ଅଭିଯାନ ପ୍ରାଚୀରରେ  ମୁଖ୍ୟ ଶାସନ ସଚିବ ବାର୍ତ୍ତା ଦେଇଥିଲେ   କାର୍ଯ୍ୟକ୍ରମରେ ‘ଟିସର ଆର୍ଟିସାନ ଟ୍ରଷ୍ଟ,ମୁମ୍ବାଇ’ର ମୁଖ୍ୟ ଶ୍ରୀମତୀ ନୂତନ କଜବାଜେ   ଯୋଗଦେଇଥିଲେ । ନାବାର୍ଡ ଆୟୋଜନରେ ୨୦ ରୁ ଅଧିକ ଯୁବକ ଓ ଯୁବତୀ ହସ୍ତତନ୍ତ ପୋଷାକ ପରିଧାନ କରି ଆୟୋଜିତ  ଫ୍ୟାଶନ ଶୋରେ ଅଂଶ ଗ୍ରହଣ କରିଥିଲେ । ନାବାର୍ଡ, ଭୁବନେଶ୍ୱର ଆଞ୍ଚଳିକ ଶାଖାର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।