Home Election ନାକଚ ହେଲା ୮୬୪୮ ପ୍ରାର୍ଥୀପତ୍ର

ନାକଚ ହେଲା ୮୬୪୮ ପ୍ରାର୍ଥୀପତ୍ର

ଭୁବନେଶ୍ୱର: ପଞ୍ଚାୟତିରାଜ ଅନୁଷ୍ଠାନର ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ଦାଖଲ କରିଥିବା ୮,୬୪୮ ନାମାଙ୍କନପତ୍ର ଯାଞ୍ଚଞ୍ଚ ସମୟରେ ନାକଚ ହୋଇଯାଇଛି ।

ଜାନୁୟାରୀ ୨୨ ରେ ନାମାଙ୍କନ ପତ୍ରର ଯାଞ୍ଚଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ୱାର୍ଡ ସଦସ୍ୟ ପଦବୀ ପାଇଁ ୫,୫୪୪ ନାମାଙ୍କନପତ୍ର, ସରପଞ୍ଚ ପଦବୀ ପାଇଁ ୧,୭୫୩ ନାମାଙ୍କନ, ପଞ୍ଚାୟତ ସମିତି ସଦସ୍ୟଙ୍କ ପାଇଁ ୧,୧୧୯ ଏବଂ ୨୩୨ ଟି ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରାର୍ଥୀପତ୍ର ନାକଚ କରାଯାଇଥିଲା ।

ବିଭିନ୍ନ କାରଣରୁ ସମ୍ପୃକ୍ତ କାଗଜପତ୍ର ଦାଖଲ ନକରିବା ଏବଂ ଉପଯୁକ୍ତ ଜାତି ପ୍ରମାଣପତ୍ର ଇତ୍ୟାଦି କାରଣରୁ କାଗଜପତ୍ର ପ୍ରତ୍ୟାଖ୍ୟାନ କରାଯାଇଥିଲା ବୋଲି ରବିବାର ଦିନ ଅଧିକାରୀମାନେ କହିଛନ୍ତି ।

ଯାଞ୍ଚ ପରେ, ୨,୨୦,୪୧୪ ନାମାଙ୍କନ ପତ୍ର ବୈଧ ରହିଛି । ସମୁଦାୟ ବୈଧ କାଗଜପତ୍ର ମଧ୍ୟରୁ ୧,୫୬,୭୫୩ ୱାର୍ଡ ସଦସ୍ୟ ପଦ ପାଇଁ, ସରପଞ୍ଚଞ୍ଚ ପାଇଁ ୩୨,୮୬୦, ସମିତି ସଦସ୍ୟଙ୍କ ପାଇଁ ୨୭,୦୩୪ ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ୩,୭୬୭ ।

ପ୍ରାର୍ଥୀମାନେ ଜାନୁଆରୀ ୨୫ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ ଏବଂ ଜାନୁଆରୀ ୨୫ ରେ ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ପ୍ରକାଶ ପାଇବ ।

କୋଭିଡ -୧୯ ପ୍ରୋଟୋକଲକୁ କଡାକଡି ପାଳନ କରି ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ର୍ନିବାଚନ ଅନୁଷ୍ଠିତ ହେବ ।

ଭୋଟ୍ ଗଣନା ଏବଂ ଫଳାଫଳ ଘୋଷଣା ଫେବୃଆରୀ ୨୬, ୨୭ ଏବଂ ୨୮ ରେ ବ୍ଲକ ସ୍ତରରେ କରାଯିବ ।

ଭୋଟରମାନେ ସକାଳ ୭ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ୨.୭୯ କୋଟିରୁ ଅଧିକ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଯୋଗ୍ୟ ଅଟନ୍ତି ।

୯୧,୯୧୩ ୱାର୍ଡ ସଦସ୍ୟ ପଦବୀ, ୬,୭୯୪ ସରପଞ୍ଚଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଦସ୍ୟ ଏବଂ ୮୫୩ ଟି ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ର୍ନିବାଚନ ଅନୁଷ୍ଠିତ ହେବ ।