ନୂଆଦିଲ୍ଲୀ: ଓଡ଼ିଶାର ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ର୍ନିବାଚନମଣ୍ଡଳୀରେ ଉପ-ର୍ନିବାଚନ ପାଇଁ ଭାରତର ର୍ନିବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୩ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ ବୋଲି ସୋମବାର ଘୋଷଣା ହୋଇଛି ।
ଗତ ମାସରେ ୬୨ ବର୍ଷ ବୟସରେ ଦେହାନ୍ତ ହୋଇଥିବା ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ।
ଶ୍ରୀ ସେଠୀ ବିଧାନସଭାରେ ବିଜେପି ବିଧାୟକ ଦଳର ଉପ ନେତା ଥିଲେ ଏବଂ ବିଭିନ୍ନ ଅସୁସ୍ଥତା ହେତୁ ଏମ୍ସ- ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ।
ଶ୍ରୀ ସେଠୀ ତାଙ୍କ ଜନ୍ମ ଭଦ୍ରକ ଜିଲ୍ଲାର ଦୁଇଟି ଭିନ୍ନ ର୍ନିବାଚନମଣ୍ଡଳୀରୁ ଦୁଇଥର ରାଜ୍ୟ ବିଧାନସଭାକୁ ର୍ନିବାଚିତ ହୋଇଥିଲେ ।
ସେ ପ୍ରଥମେ ୨୦୦୦ ରେ ଚାନ୍ଦବାଲି ବିଧାନସଭା ଆସନରୁ ଏବଂ ୨୦୧୯ ରେ ଧାମନଗର ବିଧାନସଭା ଆସନରୁ ର୍ନିବାଚିତ ହୋଇଥିଲେ ।
ଆଜି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଧାମନଗର ଆସନରେ ପ୍ରାର୍ଥୀ ଦେବାପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ବିଜେଡି ଏଠାରେ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।