Home Education ନବମ ଏକାଦଶରେ ସକାଳୁଆ ପାଠପଢା

ନବମ ଏକାଦଶରେ ସକାଳୁଆ ପାଠପଢା

ଭୁବନେଶ୍ୱର : ସରକାର ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକୁ ଫେବୃଆରୀ ୮ ତାରିଖଠାରୁ ଖୋଲିବା ପାଇଁ ସ୍ଥିର କରିଛନ୍ତି । ନବମ ଓ ଏକାଦଶ ଶ୍ରେଣୀ ପାଇଁ ସୋମବାରଠାରୁ ଶନିବାର ଯାଏଁ ପ୍ରତ୍ୟହସକାଳ ୮.୩୦ଠାରୁ ୧୦.୩୦ ପର୍ଯ୍ୟନ୍ତ ତିନୋଟି ପିରିୟଡ୍‌ ହେବ । ଏହା ମଧ୍ୟରେ କୌଣସି ମଧ୍ୟାନ୍ତର ହେବନାହିଁ ।

ନବମ ଓ ଏକାଦଶ ଶ୍ରେଣୀ ପାଇଁ ମାର୍ଚ୍ଚ ୨୦୨୧ର ଦ୍ୱିତୀୟ ସପ୍ତାହରେ ଏକ ୟୁନିଟ୍‌ ପରୀକ୍ଷାକରାଯିବ । ବାର୍ଷିକ ପରୀକ୍ଷା ଅପ୍ରେଲ ମାସର ଶେଷ ସପ୍ତାହରେ କରାଯିବାର ଯୋଜନା ରହିଛି ।

ସେଥିପାଇଁବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୧ ଜାନୁଆରୀ ୨ ତାରିଖରେ ପତ୍ରସଂଖ୍ୟା ୧୧୫ରେ ଦିଆଯାଇଥିବା ମାର୍ଗଦର୍ଶିକା ଏବଂ କୋଭିଡ୍‌ ୨୦୧୯ ମାର୍ଗଦର୍ଶିକା ଅନୁପାଳନ କରିବେ ।ସେହିପରି ହଷ୍ଟେଲ ଥିବା ବଦି ୍ୟାଳୟଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୧ ଜାନୁଆରୀ ୩ତାରିଖରେପତ୍ର ସଂଖ୍ୟା ୧୧୭ରେ ଦିଆଯାଇଥିବା ମାର୍ଗଦର୍ଶିକା ଅନୁପାଳନ କରିବେ ।

ଏଠାରେ ଉଲ୍ଲେଖ କରାଯାଇ ପାରେ ପୂର୍ବରୁ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ପାଇଁ ଅନୁମତି ଦେବା ସହିତ ଦଶମ ଓ ଯୁକ୍ତଦୁଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଉଭୟ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ୧୦୦ ଦିନ ଶ୍ରେଣୀରେ ପଢିବାକୁ ସ୍ଥିର ହୋଇଥିବାବେଳେ ରବିବାର ଦିନ ମଧ୍ୟ ପାଠପଢା ଜାରି ରହିଛି ।