Home Environment ଧରା ପଡିଲା ଅଳିଆ ଗଦା ମିଛ  

ଧରା ପଡିଲା ଅଳିଆ ଗଦା ମିଛ  

ଭୁବନେଶ୍ୱର :  ଆଜି ରାଜ୍ୟ ପ୍ରଦୂଷଣ ବୋର୍ଡର ଅନୁଧ୍ୟାନ କାରୀ ଟିମ ବିଏମସି ଏବଂ ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ ର ପ୍ରତିନିଧିଙ୍କ ଉପସ୍ଥିତିରେ ଗlଡ଼କଣ ଅଳିଆ ଗଦାର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିଥିଲେ l ଅନୁଧ୍ୟାନ ସମୟରେ ବି ଏମ ସି ର ସବୁ ମିଛ ଧରା ପଡି ଯାଇଥିଲା l ହେଲେ ବି ଏମ ସି  ଅଧିକାରୀ ସେ ସବୁକୁ କେବଳ ଗାଲୁ ମାରି ଉଡାଇ ଦେବାକୁ ଚେଷ୍ଟା କରିଥିଲେ l ସେ ଯାହା କହୁଥିଲେ ସବୁ  ମିଛ ଏକଥା ଜଣା ପଡୁ ଯାଉ ଥିଲା l

ଯୋଉ ବି ଏମ ସି କିଛି ଅଳିଆ ସେଠୀ ଗଦାଉ ନାହିଁ ବୋଲି କହୁଥିଲା ପଲ୍ୟୁସନ ବୋର୍ଡ ଟିମ ପାହାଡ଼ ସଦୃଶ ଅଳିଆ ଗଦା ଦେଖି  ଆଶ୍ଚର୍ଯ୍ୟ ହେଵା ସହ ତାଙ୍କୁ ତାଗିଦ କରିବା ସହିତ ଆଜି ତୁମକୁ ନୋଟିସ ଜାରି କରିବୁ l ତୁରନ୍ତ ଯେତେ ଶୀଘ୍ର ପାର ଏଠାରୁ ଅଳିଆ ହଟାଅ ବୋଲି କହିଥିଲେ l ସେଠାରେ ବି ଏମ ସି ତିନୋଟି ପ୍ରକ୍ରିୟା କରଣ ୟୁନିଟରେ ମାତ୍ର ଦୈନିକ ୧୫ ଟନ ଅଳିଆ ପ୍ରୋସେସିଂ ପାଇଁ ଗତ ଅଗଷ୍ଟ ୧୨ ତାରିଖରେ ପଲ୍ୟୁସନ ବୋର୍ଡ ର ଅନୁମତି ଆଣିଛି l  ହେଲେ ଏହି ପ୍ଲାଣ୍ଟ ସବୁ ୨୦୨୨-୨୩ ରୁ ଚାଲୁଛି l

ଅଭିଯୋଗର ଉତ୍ତରରେ ପ୍ରଦୂଷଣ ବୋର୍ଡ ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ କହିଲେ କି ଆମେ ଅନୁଧ୍ୟାନ କଲା ବେଳେ ଏ ସବୁ ବନ୍ଦ ଥିଲା l ତେଣୁ ଏଥିରେ କିଛି ଭିତିରି ବୁଝାମଣା ଥାଇ ପାରେ ବୋଲି ସମସ୍ତେ ଅନୁଭବ କଲେ l ସେପଟେ ଯେଉଁ ତିନୋଟି ପ୍ଲାଣ୍ଟ ଶୁଖିଲା , ଫଳ ପନିପରିବା ଓ଼ ଏମ ଏମ ସି ରେ ବର୍ତମାନ ପ୍ରୋସେସିଂ ଚାଲୁ ରହିଛି ସେଠାରେ ବାହାରକୁ ପୋଚରା ବିଷ ପାଣି ନିର୍ଗତ ହେଉଛି  ତାକୁ ଡାଇରେକ୍ଟ ବାହାରକୁ ନଛାଡି ତାର ତୁରନ୍ତ ବିକଳ୍ପ ବ୍ୟବସ୍ଥା ପାଇଁ  କୁହାଯାଇଥିଲା l ପ୍ରୋସେସିଂ ପାଇଁ ଆସୁଥିବା ଅଳିଆ କୁ ପକ୍ଷୀ ମାନେ ବୋହି ନେଇ ନିକଟରେ ପକାଉଛନ୍ତି ତେଣୁ ତାକୁ ଦୃଢ଼ ଜାଲି ରେ ଆବଦ୍ଧ କରି ରଖି ବାର ସୁ ବନ୍ଦୋବସ୍ତ ପାଇଁ ତାଗିଦ କରିଥିଲେ l

 ପ୍ରକାଶ ଥାଉ କି ଭୁବନେଶ୍ୱର ମହାନଗର ନିଗମ ବିନା କୌଣସି ସ୍ୱୀକୃତି ରେ ଗlଡ଼କଣ ଠାରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଅଳିଆ ଗଦାଇ ଅଧା ଭୁବନେଶ୍ୱର କୁ ହନ୍ତସନ୍ତ କରିବା ସହ ସୈନିକ ସ୍କୁଲ ଭଳି ଗୌରବ ମୟ ଅନୁଷ୍ଠାନର ଜମିକୁ ମାଡି ବସି ଦୁର୍ଗନ୍ଧ ସୃଷ୍ଟି କରି ଲକ୍ଷ ଲକ୍ଷ ଲୋକଙ୍କୁ ବିଭିନ୍ନ ରୋଗ ଦ୍ୱାରା ମରଣ ମୁହଁକୁ ଠେଲି ଚାଲିଛି l  ଦୀର୍ଘ ଦିନ ଧରି ବିରୋଧ କରି ଅନେକ ଆନ୍ଦୋଳନ ଓ଼ ଧାରଣା କାର୍ଯ୍ୟକ୍ରମ ହାତକୁ ନେଇ ବିରୋଧ କରି ଆସୁଛି ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ l 

ପ୍ରଦୂଷଣ ବୋର୍ଡ  ଅଭିଯାନର ଅଭିଯୋଗ ଉପରେ ବି ଏମ ସି କୁ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ଅଭିଯୋଗ ର ଉତ୍ତର ଦେବାକୁ କହିଥିଲେ ହେଲେ ବି ଏମ ସି ଖିଲାପ କରିବାରୁ  ଆଜି  ଗlଡକଣ ଅଳିଆ ଗଦା ଓ଼ ଟି ଟି ଏସ ର ସ୍ଥିତି ସମୀକ୍ଷା ଓ଼ ଯାଞ୍ଚ  କରାଯାଇ ଥିଲା l  ଗତକାଲି ର ନିଷ୍ପତି ଅନୁଯାଇ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡ଼. ଉଷାରାଣୀ ପଟନାୟକ, ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ ଯାଞ୍ଚ ସମୟରେ  ଦାୟିତ୍ୱରେ ଥିବା ବି ଏମ ସି ଡେପୁଟି କମିଶନର ସୈନିକ ସ୍କୁଲ ବଞ୍ଚାଅ ଅଲିଅଗଦା ହଟାଅ ଅଭିଯାନର ଆବାହକ ଭିକ୍ଷାକାରୀ ତ୍ରିପାଠୀ, ଦିଲ୍ଲୀପ ଦାସ ଶର୍ମା  ସମୀକ୍ଷା କରିଥିଲେ l ଅଭିଯାନର ସଦସ୍ୟ ଚିନ୍ତାମଣି ବାରିକ, ପ୍ରସନ୍ନ ବିଷୋୟୀ, ଶ୍ରୀ ଶଙ୍କର୍ଷଣ ବାରିକ ଉପସ୍ଥିତ ଥିଲେ l ପ୍ରଦୂଷଣ ବୋର୍ଡର ଆଜିର ଏହି ପଦକ୍ଷେପ ପରେ  ଭୁବନେଶ୍ୱର ବାସୀଙ୍କୁ ଟିକିଏ ରାହତ ମିଳିବ ବୋଲି ଅଭିଯାନର ବାସୁଦେବ ଭଟ୍ଟ,  ଅଶୋକ ପାଇକରାୟ ଆଦି ଆଶା କରିବା ସହ ଆଗକୁ ସଠିକ ପଦକ୍ଷେପ ନନେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି କହିଛନ୍ତି l