Home Culture ଦେବୀପ୍ରସନ୍ନ  ପଟ୍ଟନାୟକଙ୍କୁ ବିଶ୍ଵ  ଓଡିଆ  ଭାଷା ସମ୍ମାନ

ଦେବୀପ୍ରସନ୍ନ  ପଟ୍ଟନାୟକଙ୍କୁ ବିଶ୍ଵ  ଓଡିଆ  ଭାଷା ସମ୍ମାନ

ଭୁବନେଶ୍ଵର : ପ୍ରଥମ  ବିଶ୍ଵ  ଓଡିଆ  ଭାଷା  ସମ୍ମିଳନୀ  ଅବସରରେ  ବିଶିଷ୍ଟ  ଭାଷାବିତ୍  ତକ୍ଟର ଦେବୀପ୍ରସନ୍ନ  ପଟ୍ଟନାୟକ  ଙ୍କୁ  ପ୍ରଥମ ବିଶ୍ଵ  ଓଡିଆ  ଭାଷା  ସମ୍ମାନ ରେ  ସମ୍ମାନିତ  କରାଯିବ ।

ପ୍ରଥମ  ବିଶ୍ଵ  ଓଡିଆ  ଭାଷା  ସମ୍ମିଳନୀ  ଅବସରରେ  ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟ୍ଟନାୟକ ବିଶିଷ୍ଟ  ଭାଷାବିତ୍ ପଦ୍ମଶ୍ରୀ  ଡକ୍ଟର  ଦେବୀପ୍ରସନ୍ନ  ପଟ୍ଟନାୟକ  ଙ୍କୁ    ଓଡ଼ିଆ  ଭାଷା  ଉପରେ ତାଙ୍କର  ଉଚ୍ଚକୋଟୀର  ଗବେଷଣା  ଦିଗରେ  ତାଙ୍କର  ଜୀବନ ବ୍ୟାପୀ  ସାଧନା ର  ସ୍ୱୀକୃତି  ସ୍ଵରୂପ    ତାଙ୍କୁ  ବିଶ୍ଵ  ଓଡିଆ  ସମ୍ମାନ ରେ  ସମ୍ମାନିତ  କରିବେ ।

ପୁରସ୍କାର  ବାବଦ ରେ  ତାଙ୍କୁ କୋଡ଼ିଏ  ଲକ୍ଷ  ଟଙ୍କା  ଓ  ମାନପତ୍ର  ପ୍ରଦାନ   କରାଯିବ । ଡକ୍ଟର  ପଟ୍ଟନାୟକ ଙ୍କ  ଗବେଷଣା  ଓଡ଼ିଆ  ଭାଷାକୁ  ବହୁ  ଭାବରେ  ସମୃଦ୍ଧ  କରିଛି ।

ଭାରତ ର ଜଣେ ବିଶିଷ୍ଟ  ବିଦ୍ୱାନ  ଓ  ଭାଷାବିତ୍  ଭାବରେ  ଡକ୍ଟର  ପଟ୍ଟନାୟକ ବେଶ୍  ସୁପରିଚିତ ।  ଭାରତୀୟ  ଭାଷା  ପ୍ରତିଷ୍ଠାନ ର ପ୍ରତିଷ୍ଠାତା  ନିର୍ଦ୍ଦେଶକ  ଭାବରେ  ଡକ୍ଟର  ପଟ୍ଟନାୟକ  ଅନେକ  ସୁନାମ  ଅର୍ଜନ  କରିଛନ୍ତି ।

ଭାରତୀୟ  ଭାଷା   ସମୂହର  ବିକାଶ  ଦିଗରେ  ତାଙ୍କର   ସମର୍ପିତ  ଉଦ୍ୟମ  ପାଇଁ  ଡକ୍ଟର  ପଟ୍ଟନାୟକ  ପଦ୍ମଶ୍ରୀ  ସମ୍ମାନ ରେ  ସମ୍ମାନିତ  ହୋଇଛନ୍ତି । ଓଡ଼ିଆ  ଭାଷା କୁ  ଶାସ୍ତ୍ରୀୟ  ମାନ୍ୟତା   ପ୍ରଦାନ  ଦିଗରେ  ଡକ୍ଟର  ପଟ୍ଟନାୟକ ଙ୍କ  ବହୁମୂଲ୍ୟ  ଅବଦାନ  ସର୍ବଜନବିଦିତ ।

ଭାରତୀୟ  ଭାଷା  ପରିଷଦ ର  ସଭାପତି  ତଥା   ହାଇଦ୍ରାବାଦ  ବିଶ୍ୱବିଦ୍ୟାଳୟ  ର  ଭାଷା  ବିଭାଗର  ପୂର୍ବତନ  ପ୍ରଫେସର ଜି ଉମା  ମହେଶ୍ଵର  ରାଓ    ଓଡ଼ିଆ   ବିଶ୍ୱବିଦ୍ୟାଳୟ ର  କୁଳପତି  ପ୍ରଫେସର ସବିତା  ପ୍ରଧାନ  ଉତ୍କଳ  ସଂସ୍କୃତି  ବିଶ୍ୱବିଦ୍ୟାଳୟ ର  କୁଳପତି  ପ୍ରଫେସର ପି  କେ  ସ୍ଵାଇଁ  ଏବଂ  କେନ୍ଦ୍ର  ଶିକ୍ଷା  ବିଭାଗର ଶାସ୍ତ୍ରୀୟ ଓଡ଼ିଆ  ଅଧ୍ୟୟନ  ଉତ୍କର୍ଷ   କେନ୍ଦ୍ର ର  ପ୍ରକଳ୍ପ   ନିର୍ଦ୍ଦେଶକ  ପ୍ରଫେସର ବସନ୍ତ   କୁମାର  ପଣ୍ଡା  ଙ୍କୁ  ନେଇ  ଓଡିଶା  ସରକାରଙ୍କ  ଦ୍ୱାରା  ଗଠିତ  କମିଟି  ସର୍ବସମ୍ମତି  କ୍ରମେ  ଡକ୍ଟର  ଦେବୀପ୍ରସନ୍ନ  ପଟ୍ଟନାୟକ  ଙ୍କ ନାମ କୁ  ଏହି  ସମ୍ମାନଜନକ  ପୁରସ୍କାର  ପାଇଁ  ସୁପାରିଶ  କରିଥିଲେ ।