Home General ଦୃଷ୍ଟି ବାଧିତଙ୍କୁ ସମର୍ଥନ ଦେଲା ଛାତ୍ର କଂଗ୍ରେସ

ଦୃଷ୍ଟି ବାଧିତଙ୍କୁ ସମର୍ଥନ ଦେଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଭେଣ୍ଡିଂଜୋନ ଦୋକାନ ପାଇଁ ଅନଶନରତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗଙ୍କ ଦାବିକୁ ଛାତ୍ର କଂଗ୍ରେସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସମର୍ଥନ ଜଣାଇ ସେଠାରେ ଆନ୍ଦୋଳନ କରାଯାଇଥିଲା ।

ଦୁଇ ନମ୍ବର ମାର୍କେଟ ବିଲିଡିଙ୍ଗ ଠାରେ ଉଠା ଦୋକାନ ପକାଇ ଜୀବନ ଜୀବିକା ଅର୍ଜନ କରୁଥିବା ଦୃଷ୍ଟି ବାଧିତ ଦିବ୍ୟାଙ୍ଗମାନଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କୁ ସେଠାରୁ ତଡ଼ି ଦିଆଯାଇଥିଲା । ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ୱ ଏହି ଦିବ୍ୟାଙ୍ଗମାନେ ଭୋକ ଉପାସରେ କାଳ କାଟୁଥିଲେ ।

ସେମାନେ ରୋଜଗାର ପାଇଁ ଭେଣ୍ଡି ଜୋନରେ ଦୋକାନ ପାଇବାକୁ ଉଭୟ ମହାନଗର ନିଗମ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ହେଲେ ରାଜ୍ୟ ସରକାର କି ମହାନଗର ନିଗମ କତୃପକ୍ଷ ଏମାନଙ୍କର କରୁଣ ଚିତ୍କାରକୁ କର୍ଣ୍ଣପାତ କରିନଥିଲେ । ଏହି ଆନ୍ଦୋଳନ ଅବସରରେ କଂଗ୍ରେସର ନେତୃବର୍ଗ ଏବଂ ଆନ୍ଦୋଳନରତ ଦିବ୍ୟାଙ୍ଗମାନେ ବିଏମସି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

ପରେ କିଛି ପ୍ରତିନିଧି ନିର୍ଦ୍ଦିଷ୍ଟ ଦାବି ସହ ଯାଇ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସହ ଆଲୋଚନା କରିଥିଲେ । ଏହି ଦିବ୍ୟାଙ୍ଗ ମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ପଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ମୁଖପାତ୍ର ରଜନୀ ମହାନ୍ତି, ଗଣେଶ ଦାସ, ଆରତୀ ମାହାଲା, ଶ୍ରୀୟାସ୍ମିତା ପଣ୍ଡା, ଶିଳ୍ପିଶ୍ରୀ ହରିଚନ୍ଦନ, ଶୁଭଦ୍ରା ମିଶ୍ର, ସିଦ୍ଧାର୍ଥ ରାଉତରାୟ, ପ୍ରସନ୍ନ ନାୟକ, ଅଶୋକ ଦାସ, ସୁନିଲ ମାଟିଆ, ସୁରଜ ରାଉତ, ମୋହନ ଜେନା, ଶିଶିର ରାଉତରାୟ, ଅକ୍ଷୟ କୁମାର ଦାସ, ଦେବରାଜ ମିଶ୍ର, ମାନସ ରଞ୍ଜନ ସେଠୀ, ବ୍ରହ୍ମାନନ୍ଦ ସାହୁ ଉପସ୍ଥିତ ଥିଲେ ।