ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଏୟାରକାର୍ଗୋ ବା ଅନ୍ତରାଷ୍ଟ୍ରୀୟ ଆମଦାନୀ-ରପ୍ତାନୀ ଅପରେସନ୍ର ଆଜି ଶୁଭାରମ୍ଭ ହୋଇଛି । ଏହାକୁ ଉଦ୍ଘାଟନ କରିଥିଲେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।
ଏହି ଅବସରରେ ଶ୍ରୀ ଦେବ କହିଥିଲେ ଯେ ରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଆଜିଏକ ସ୍ମରଣୀୟ ମୁହୂର୍ତ୍ତ । ଆମର ରପ୍ତାନୀକାରୀ ଓ ଆମଦାନୀକାରୀ ସଂସ୍ଥାମାନେ ଦୀର୍ଘଦିନ ହେଲା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ପାଇଁ ସେମାନେ ଭାଇଜାକ୍, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତାଏୟାରପୋର୍ଟ ଉପରେନିର୍ଭରକରୁଥିଲେ । ଅନେକ ସମୟରେ ବାଣିଜ୍ୟିକ ଫି ଦେବାସହ କୌଣସି କାରଣବଶତଃ ଦିନ ଦିନ ଧରି ମାଲ୍ ପରିବହନ ହୋଇପାରୁନଥିଲା ।
ଭୁବନେଶ୍ୱର ଏୟାରପୋର୍ଟରୁ ସିଧାସଳଖ ଏବେ ରପ୍ତାନୀ-ଆମଦାନୀରେଏସବୁ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିବନାହିଁ । ଯଦି ବା କୌଣସି କାରଣ ବଶତଃ ବିଳମ୍ବ ହୁଏ ତେବେ ଖୁବ୍ କମ୍ ଦିନ ମଧ୍ୟରେ ଏହାର ସମାଧାନ ସମ୍ଭବ ହୋଇପାରିବ । ଏହି ଅବସରରେ ଶ୍ରୀ ଦେବ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ରପ୍ତାନୀ ଉତ୍ପାଦର ଯଥେଷ୍ଟ ସମ୍ଭାବନା ରହିଛି । କେବେଳ କାଜୁ କାହିଁକି, ଧାତବ, ପଦାର୍ଥ, ହସ୍ତତନ୍ତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ଉଦ୍ୟାନକୃଷିଜାତ ଦ୍ରବ୍ୟ, ସାମୁଦ୍ରିକ ଦ୍ରବ୍ୟ, ଔଷଧ ଆଦି ବିଭିନ୍ନ ଦ୍ରବ୍ୟର ରପ୍ତାନୀର ମଧ୍ୟ ସୁବିଧା ହେବ ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେଏହି ଅନ୍ତରାଷ୍ଟ୍ରୀୟ ରପ୍ତାନୀ-ଆମଦାନୀ ସେବା ଆରମ୍ଭ କରାଯାଇଛି । ସିଙ୍ଗାପୁର, ବ୍ୟାଙ୍କକ୍ ଓ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ସଂଯୋଗ କରାଯାଇଛି । କେବଳ ଆଧୁନିକ ସମୟରେ ନୁହେଁ ପରନ୍ତୁ ବହୁପୂର୍ବେ ଓଡ଼ିଶା ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଆସିଛି । ଆମଦାନୀ-ରପ୍ତାନୀକୁ ବିଚାରକୁ ନିଆଗଲେ ପ୍ରତିବର୍ଷ ଓଡ଼ିଶା ୧୫ରୁ ୭୦ ହଜାର କୋଟି ଟଙ୍କାର ସମୁଦ୍ରଜାତ ଦ୍ରବ୍ୟ ଓ ହସ୍ତତନ୍ତ ରପ୍ତାନୀ କରୁଛି ।
ଅନ୍ୟମାନଙ୍କ ମଧ୍ୟରେ ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଲେ ଯେ ଭୁବନେଶ୍ୱର ଏୟାରପୋର୍ଟରୁ ସିଧାସଳଖ କାର୍ଗୋ ସେବା ଓଡ଼ିଶାର ଆମଦାନୀ-ରପ୍ତାନୀ କ୍ଷେତ୍ରରେ ଏକ ଐତିହାସିକ ଦିନ । ଆସନ୍ତା ଦିନମାନଙ୍କରେଏହା ବିଭିନ୍ନ ଲକ୍ଷ୍ୟସ୍ଥଳୀ ଯଥା ଏସିଆ, ୟୁରୋପ, ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ରପ୍ତାନୀ କରିବ । କରୋନା ସତ୍ବେ ଓଡ଼ିଶାରେ ୫୬ ପ୍ରତିଶତଏୟାର କାର୍ଗୋରେ ପରିବହନ ଜାରିରହିଛି ବୋଲି ସେ କହିଥିଲେ । ଏଥି ପାଇଁଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, କଷ୍ଟମ୍ ବିଭାଗ, ଏଏଆଇକ୍ଲାସ୍, ଆପେଡ଼ା, ଏମ୍ପେଡ଼ା, ପ୍ଲାଣ୍ଟ କ୍ୱାରାଣ୍ଟାଇନ୍, ଜିନ୍ଦଲ ଷ୍ଟେନ୍ଲେସ୍ଷ୍ଟିଲ, ଇଆଏ, ଉଦ୍ୟୋଗୀ, ରପ୍ତାନୀକାରୀ ସମସ୍ତଙ୍କର ଅବଦାନ ରହିଛି ବୋଲି ସେ କହିଥିଲେ ।
ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କାର୍ଗୋ ଅପରେସନ୍ ଉତ୍ସବରେ ଯୋଗଦେଇ କହିଥିଲେ ଯେ ଆଜିର ଦିନଟି ପ୍ରତୀକାତ୍ମକ ହେଲେ ମଧ୍ୟ ଓଡ଼ିଶାରୁ ରପ୍ତାନୀ ଯୋଗ୍ୟ ଓ ଓଡ଼ିଶାକୁ ଆମଦାନୀ ପାଇଁଏହି ପ୍ରକ୍ରିୟାର ପ୍ରଚୁର ସମ୍ଭାବନା ରହିଛି । ଓଡ଼ିଶା ସରକାରଙ୍କ ଅନ୍ତର୍ଜାତୀୟ ଯୋଗାଯୋଗ ଏକ ଯୁଗାନ୍ତକାରୀ ପଦକ୍ଷେପ । ଇଣ୍ଡିଗୋର ବିଶ୍ୱସାରା ସଂଯୋଗୀକରଣ ରହିଛି । ଏୟାର କାର୍ଗୋ ସେଥି ମଧ୍ୟରୁ ଅନ୍ୟତମ । ଇଣ୍ଡିଗୋ ଏୟାର କାର୍ଗୋ ପ୍ରତିଦିନ ୨୧୦ ଟନ୍ ଓଜନ ପରିବହନ କ୍ଷମତାରଖେ । ତେଣୁ ଆମ ରାଜ୍ୟରୁ ଅନ୍ତତଃ ପକ୍ଷେ ୩୦ ପ୍ରତିଶତ କାର୍ଗୋ ମାଧ୍ୟମରେ ପରିବହନ ହେବାଉଚିତ ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମାଧବ ଚନ୍ଦ୍ର ମିଶ୍ର, କଷ୍ଟମ କମିଶନର ଓ ଇଣ୍ଡିଗୋର ସିନିଅର ମ୍ୟାନେଜର (କାର୍ଗୋ ଅପରେସନ୍) ନିଜନିଜ ବକ୍ତବ୍ୟ ରଖି କହିଲେ ଯେ ଭୁବନେଶ୍ୱର କାର୍ଗୋ ଅପରେସନ୍କୁ କେବଳ ପୂର୍ବଭାରତରେ ସୀମିତ ନରଖି ଏହାକୁ ସାରା ଦେଶ ଓ ବିଶ୍ୱ ସମ୍ମୁଖରେ ପରିଚିତ କରାଇବାକୁ ହେବ ।
ଆଜିର ଶୁଭାରମ୍ଭରେ ୧୦୦ କେଜି କାଜୁ ଦୁବାଇ ଓ ଜିନ୍ଦଲ ଷ୍ଟିଲ୍ ଯାହା ପ୍ରତ୍ୟେକ ଦିନ କଲିକତା ଏୟାରପୋର୍ଟ ମାଧ୍ୟମରେ ବ୍ୟବସାୟ କରିଆସୁଥିଲେ, ଏହାର ୨୮ କେଜି ଉତ୍ପାଦ ସ୍ୱିଡେନ୍କୁ ପଠାଯାଇଛି ।