ଭୁବନେଶ୍ୱର : ଦୁଇ ଦିନ ଭିତରେ ଦର ୩୦ ରୁ ୫୦ ଟଙ୍କାରେ ପହଞ୍ଚି ଯାଇଛି। ହଠାତ୍ ପିଆଜ ଦର ବଢିଯିବା ଯୋଗୁଁ ୧ କିଲୋ ଜାଗାରେ ଗ୍ରାହକ ଅଧା କିଲୋ କିଣିବାକୁ ବାଧ୍ୟ ହେଲାଣି ଗ୍ରହକ।
ସବୁ ନିତ୍ୟ ବ୍ୟବହାର ଜିନିଷର ଦାମ ବଢ଼ିଛି। ଆଉ ଏବେ ପିଆଜ ଦର ବଢିଥିବାରୁ ଏହା ଗ୍ରାହକଙ୍କୁ ଖୁବ୍ ବାଧୁଛି। ସେପଟେ ବ୍ୟବସାୟୀଙ୍କ କହିବା କଥା ପିଆଜ ବିକ୍ରିରୁ ଦୋକାନୀର ବିଶେଷ ଲାଭ ନାହିଁ। ବେପାରୀ କିଲୋ ପିଛା ୩୩ ଟଙ୍କାରେ କିଣୁଛି। ପରିବହନ ବାବଦକୁ ୫ ଟଙ୍କା ଓ ବସ୍ତାରେ ଆସୁଥିବା ପିଆଜ ଅଧେ ପଚା ପଡୁଥିବା ଯୋଗୁ ସେହି ପିଆଜକୁ ବଛା ବାବଦକୁ ୧ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଦୋକାନୀ ଦର ବଢାଇବାକୁ ବାଧ୍ୟ ହେଉଛି।
ବ୍ୟବସାୟୀଙ୍କ କହିବା କଥା ଏହି ସମୟରେ ପିଆଜ ଦାମ୍ ଟିକେ ଉଚ୍ଚା ରୁହେ। ନୂଆ ପିଆଜ ଆସିବାକୁ ଆହୁରି ସମୟ ଅଛି। ଏବେ ଯେଉଁ ପିଆଜ ଆସୁଛି ତାହା କୋଲ୍ଡ ଷ୍ଟୋରେଜରେ ଥିବା ପିଆଜ। ଏଥିସହ ଯୁଦ୍ଧ ପାଇଁ ତେଲ ଦର ବଢିଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି। ତେଣୁ ଦାମ ଅଧିକ ରହିବ ଓ ଆଗକୁ ଆହୁରି ବଢିବାର ସମ୍ଭାବନ ରହିଛି।
ପାତ୍ରପଡ଼ା କୁବେରୀ ପୁରୀ ମହାସଂଘ ସଭାପତି କହିଛନ୍ତି ଏବେ ପିଆଜ ଅମଳ ହୋଇନାହିଁ। ଅଦିନିଆ ବର୍ଷା ଯୋଗୁଁ ନାସିକ ଓ ଇନ୍ଦୋରରେ ପିଆଜି ଫସଲ ୨୦ ପ୍ରତିଶତ ନଷ୍ଟ ହେଇଛି। ଗୁଜରାଟ ଅହମ୍ମଦନଗରରେ ପିଆଜ ଅଛି। ସେଠାରେ ଏହା ହୋଲସେଲରେ ୨୨ଟଙ୍କାରୁ ୨୮ ଟଙ୍କା ପର୍ଯ୍ୟନ୍ତ ରହିଛି। ଆମର ଏଠି ହୋଲସେଲରେ ୩୦ରୁ ୩୨ଟଙ୍କା ବିକ୍ରି ହେଉଛି। ତେବେ ଦର ୫୦ଟଙ୍କା କାହିଁକି ହେଲା ସେ ଜାଣିନାହାନ୍ତି। ଖୋଲା ବଜାର ନିୟନ୍ତ୍ରଣ କରିବା ଦାୟିତ୍ବ ସରକାରଙ୍କର ବୋଲି ସେ କହିଛନ୍ତି।

