Home General ଦିବ୍ୟାଙ୍ଗମାନେ ଈଶ୍ୱରଙ୍କ ପୁତ୍ର

ଦିବ୍ୟାଙ୍ଗମାନେ ଈଶ୍ୱରଙ୍କ ପୁତ୍ର

ଭୁବନେଶ୍ୱର : ଦିବ୍ୟାଙ୍ଗମାନେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର  । ସେମାନଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମାନ ସ୍ଥାନ ପ୍ରଦାନ କରିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ  । ଏଥିରେ କେହି ଅବହେଳା କରିବା ଉଚିତ୍ ନୁହେଁ ବୋଲି ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ -୨୦୨୫ ରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି  ।

 ଆଜି ରାଜଧାନୀରେ ବିପିନ ବିହାରି ଚୌଧୁରୀ ସ୍ରୁତିବ୍ରାଧିତ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ରିଙ୍ଗ ସ୍ମାଇଲ୍, ଦୈନିକ ଖବରକାଗଜ ‘ନନ୍ଦିନୀ’ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ମିଳିତ ସହଯୋଗରେ ‘ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ – ୨୦୨୫’ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ସମଗ୍ର ରାଜ୍ୟରୁ ୪ହଜାରର ଅଧିକ ଦିବ୍ୟାଙ୍ଗ ପିଲାଙ୍କ ସମେତ ସେମାନଙ୍କ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୬ଟି ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ ।

 ଏଥିରେ ସମାଜର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ପ୍ରଭାସ ଆଚାର୍ଯ୍ୟ, ହାଇଟେକ ଗ୍ରୁପ୍ର ଅଧ୍ୟକ୍ଷ ତିରୂପତି ପାଣିଗ୍ରାହୀ, ସମାଜସେବୀ କରୁଣା କର ନାୟକ, ପୁରୀ ଗୋବର୍ଦ୍ଧନ ପୀଠର ମହାସଚିବ ଇଂ ପ୍ରଶାନ୍ତ ଆଚାର୍ଯ୍ୟ, ବ୍ରିଙ୍ଗ ସ୍ମାଇଲ୍ର ଅଧ୍ୟକ୍ଷା ସୁଚରିତା ମିଶ୍ର, ଦୈନିକ ଖବର କାଗଜ ନନ୍ଦିନୀର ସମ୍ପାଦକ ହେମନ୍ତ ରଥ ପ୍ରମୁଖ ଯୋଗ ଦେଇ କହିଥିଲେ ଯେ କହିଲେ ଯେ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବା ଆମ ଲକ୍ଷ୍ୟ ।

ଉପସ୍ଥିତ ଦିବ୍ୟାଙ୍ଗ ପିଲାମାନଙ୍କୁ ସମ୍ବୋଧିତ କରି ଅତିଥିମାନେ ସେମାନଙ୍କୁ ଭଗବାନଙ୍କ ଅବତାର ବୋଲି ବର୍ଣ୍ଣନା କରିବା ସହିତ ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାକୁ ବିକଶିତ କରାଯାଇ ପାରିଲେ ରାଷ୍ଟ୍ର ଗଠନରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ମତ ଦେଇଥିଲେ  । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ବିଶ୍ୱଜିତ ମିଶ୍ର, ଆଡଭୋକେଟ ସୁମନ୍ତ ସ୍ୱାଇଁ, କାଶୀନାଥ ବେହେରା, ଆୟିଶା ରଥ, ଇବ୍ରାହିମ ଅଲ୍ଲି, ପ୍ରସନ୍ନ କୁମାର ପାତ୍ର, ଚିରଞ୍ଜିବୀ ଦାସ, କାଳନ୍ଦୀ ବେହେରା ଏବଂ ଗୌରାଙ୍ଗ ସୁବୁଦ୍ଧି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଚାରି ଜଣ ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭର ହେବା ପାଇଁ ପ୍ରତିବର୍ଷ ଭଳି ଏ ବଷ ମଧ୍ୟ ସିଲାଇ ମେସିନ ପ୍ରଦାନ କରାଯାଇଥିଲା  ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦିବ୍ୟାଙ୍ଗ ପିଲାମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ  । ସଭାରେ ଉପସ୍ଥିତ ଥିବା ଅତିଥିମାନେ ଦିବ୍ୟାଙ୍ଗ ପିଲାମାନଙ୍କ ସହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଥିବା ଲକ୍ଷ୍ୟ କରାଯାଇଥିଲା  । ସଭା ପରିଚାଳନା ହେମନ୍ତ ସିଂ କରିଥିବା ବେଳେ ବିଜୟ ରାଜ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୋନାଲିସା ବିଶ୍ୱାଳ, ସଞ୍ଜୟ ପ୍ରଧାନ ଏବଂ ପଞ୍ଚାନନ ନାୟକ ସଂଯୋଜନା କରିଥିଲେ । ନୂତନ ଚଳଚ୍ଚିତ୍ର ମୋଟର ସାଇକେଲର ନିର୍ଦ୍ଦେଶକ ଅଶ୍ୱିନୀ ତ୍ରୀପାଠୀ, ନାୟକ ଅଭିଷେକ ପଣ୍ଡା, ଜ୍ୟୋତି ଏବଂ ନାୟିକା ପ୍ରିତୀଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ ସଦସ୍ୟ ଯୋଗ ଦେଇ ପିଲାମାନଙ୍କ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଚକୋଲେଟ ପ୍ରଦାନ କରିଥିଲେ । ଶେଷରେ ‘ନନ୍ଦିନୀ’ର ସାଧାରଣ ପ୍ରଶାସନିକ ଅଧିକାରୀ ସ୍ୱାଗତ ପାତ୍ର ଦିବ୍ୟାଙ୍ଗ ପିଲାଙ୍କୁ ତିନି ହଜାର ଚାଦର ବଣ୍ଟନ କରିଥିଲେ ।