ଭୁବନେଶ୍ୱର : ରାଜ୍ୟରେ ୧୭୧ଟି ବ୍ୟବସାୟିକ ଓ ୫୯୨ଟି ଅର୍ଦ୍ଧ ବ୍ୟବସାୟିକ ଅଣ୍ଡା ଉତ୍ପାଦନ ଫାର୍ମ ରହିଛି । ଏଥିରୁ ବର୍ତ୍ତମାନ ଦୈନିକ ୧କୋଟି ୧୧ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଉତ୍ପାଦିତ ଅଣ୍ଡାରୁ ଦୈନିକ ପ୍ରାୟ ୮୭ଲକ୍ଷ ଅଣ୍ଡା ରାଜ୍ୟରେ ବିନିଯୋଗ ହେଉଛି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଅନ୍ୟ ରାଜ୍ୟକୁ ଦୈନିକ ୨୪.୭୮ଲକ୍ଷ ଅଣ୍ଡା ପଠାଯାଉଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୪.୬୧ ଲକ୍ଷ ଅଣ୍ଡା ଦେଶ ବାହାରକୁ ରପ୍ତାନି କରାଯାଇଛି ।
ଆଇସିଏମଆରର ସୁପାରିଶ୍ ଅନୁଯାୟୀ ରାଜ୍ୟରେ ମୁଣ୍ଡପିଛା ବାର୍ଷିକ ୧୮୦ଟି ଅଣ୍ଡାର ଆବଶ୍ୟକତା ରହିଛି । ରାଜ୍ୟରେ ଅଣ୍ଡାର ଚାହିଦା ମେଣ୍ଟାଇବାପାଇଁ ବ୍ୟବସାୟିକ ଦୃଷ୍ଟିକୋଣରୁ ବ୍ୟବସାୟୀଙ୍କ ଦ୍ୱାରା ବାର୍ଷିକ ପ୍ରାୟ ୯୦ ରୁ ୧୩୫ କୋଟି ଅଣ୍ଡା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରୁ ଆମଦାନୀ କରାଯାଉଛି ।