Home Education ଦରକାର ଆଉ ୬୪୬ କୋଟି

ଦରକାର ଆଉ ୬୪୬ କୋଟି

ଭୁବନେଶ୍ୱର : ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦେବାପାଇଁ ଘୋଷଣା କରିଥିବାବେଳେ ଏଥିପାଇଁ ବର୍ଷକୁ ୬୪୬ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହେବ । ଏହି ଦୁଇ ଶ୍ରେଣୀରେ ପଢୁଥିବା ୧୦ଲକ୍ଷରୁ ଅଧିକ ପିଲା ଯୋଜନାରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଆଜି ବିଧାନସଭାରେ ବିଧାୟକ ଚନ୍ଦ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ସରକାରୀ ଓ ସରକ।।ରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ୪୧,୭୪,୯୧୫ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି । ଛାତ୍ରଛାତ୍ରୀମାନଙ୍କ ଦିଆଯାଉଥିବା ମୁଣ୍ଡପିଛା ଖାଦ୍ୟର ମୂଲ୍ୟ କେନ୍ଦ୍ର ସରକାର ବହନ କରିଥାନ୍ତି । ଏଥି ସହିତ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଅତିରିକ୍ତ ଖର୍ଚ୍ଚ ବହନ କରିଥାନ୍ତି ।

ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛାଖର୍ଚ୍ଚ ୭ଟଙ୍କା ୬୪ ପଇସା ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛା ୧୦ଟଙ୍କା୯୪ ପଇସା ବିଦ୍ୟାଳୟମାନଙ୍କୁ ପ୍ରଦାନ କରାଯାଉଛି । ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନଭୋଜନ ପ୍ରଦାନ କରାଗଲେ ୧୦ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦକୁ ରାଜ୍ୟ ସରକାରଙ୍କର ବର୍ଷକୁ ୬୪୬ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)